ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ନବମୀ ସନ୍ଧ୍ୟା ଦର୍ଶନ ଶେଷ ହୋଇଛି
ପୁରୀ : ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ନବମୀ ସନ୍ଧ୍ୟା ଦର୍ଶନ ଶେଷ ହୋଇଛି। ହଜାର ହଜାର ଭକ୍ତଙ୍କୁ ଆଡ଼ପ ମଣ୍ଡପରେ ମହାପ୍ରଭୁ ଦର୍ଶନ ଦେଇଛନ୍ତି। ଗୁଣ୍ଡିଚା ମନ୍ଦିରରେ ନବମୀ ତିଥିରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ସନ୍ଧ୍ୟା ଦର୍ଶନ’ ଅତ୍ୟନ୍ତ ମହିମାମୟ ଏବଂ ଏହି ଦର୍ଶନର ସୁଯୋଗ ନେଇ ଭକ୍ତମାନେ ନିଜକୁ କୃତ୍ୟକୃତ୍ୟ ମନେ କରିଛନ୍ତି। ଅନେକ ଭକ୍ତ ଭାବାବେଗ ହୋଇ ଆଖିରୁ ଲୁହ ଝରାଇଛନ୍ତି। କାରଣ ବଞ୍ଚିଥିଲେ ଯାଇ ବର୍ଷକ ପରେ ଜନ୍ମବେଦିରେ ଠାକୁରଙ୍କ ଦର୍ଶନ ମିଳିପାରିବ।
ନବମୀରେ ସନ୍ଧ୍ୟା ଆଳତି ପୂର୍ବରୁ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କଲେ ସମସ୍ତ ପାପ ବିନାଶ ହେବା ସହ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ରଥାରୂଢ଼ ହେବା ପୂର୍ବରୁ ଭକ୍ତମାନେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ଅତି ନିକଟରୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।