ଆମେରିକା ନିଜ ଲାଭ ପାଇଁ କିଛି ମଧ୍ୟ କରିପାରେ
ୱାସିଂଟନ: ଆମେରିକା ନିଜ ଲାଭ ପାଇଁ କିଛି ମଧ୍ୟ କରିପାରେ। ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ଖେଳ ଖେଳି ଉପଭୋଗ କରିଥାନ୍ତି। ଏବେ ଆମେରିକା ଏପରି ନିଷ୍ପତ୍ତି ନେବାକୁ ଯାଉଛି, ଯାହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବ। ଏହି ନିଷ୍ପତ୍ତି ଭାରତର ସମସ୍ୟା ବଢ଼ାଇବ। ଟ୍ରମ୍ପ ଆମେରିକାରେ ଆମଦାନି ହେଉଥିବା ଜେନେରିକ୍ ଔଷଧ ଉପରେ ଭାରୀ ଟିକସ ଲଗାଇବାକୁ ଯାଉଛନ୍ତି। ଅଗଷ୍ଟ ୨୦୨୮ରୁ ଆମଦାନି ହେଉଥିବା ଜେନେରିକ୍ ଔଷଧ ଉପରେ ଭାରୀ ଟିକସ ଲଗାଇବାକୁ ଟ୍ରମ୍ପ ଘୋଷଣା କରିଛନ୍ତି।
ଏହି ନିଷ୍ପତ୍ତି ଭାରତର ଚିନ୍ତାକୁ ବଢ଼ାଇ ଦେଇଛି, କାରଣ ଆମେରିକା ଭାରତୀୟ ଔଷଧ କମ୍ପାନିଗୁଡ଼ିକ ପାଇଁ ସବୁଠାରୁ ବଡ଼ ବଜାର। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଭାରତର ଔଷଧ ଶିଳ୍ପ ଉପରେ ସବୁଠାରୁ ବଡ଼ ପ୍ରଭାବ ପକାଇବ।ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ କହିଛନ୍ତି ଯେ, ୧ ଅଗଷ୍ଟ ୨୦୨୬ ଠାରୁ, ଆମେରିକାରେ ପ୍ରବେଶ କରୁଥିବା ସମସ୍ତ ଜେନେରିକ୍ ଔଷଧ ଆଗାମୀ ଦୁଇ ବର୍ଷ ପାଇଁ ଶୁଳ୍କମୁକ୍ତ ରହିବ। ଏହାର ଅର୍ଥ ହେଉଛି ଏହି ଔଷଧ ଉପରେ ଆମଦାନୀ ଶୁଳ୍କ ୨୦୨୮ ପର୍ଯ୍ୟନ୍ତ ଶୂନ୍ୟ ରହିବ। କିନ୍ତୁ, ଏହା ପରେ, ନିୟମଗୁଡ଼ିକ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ। ୨୦୨୮ ରୁ, ଗୋଟିଏ ବର୍ଷ ପାଇଁ ଶୁଳ୍କ ୧୦୦% କୁ ବୃଦ୍ଧି କରାଯିବ, ଏବଂ ତା’ପରେ ୨୦୦% କୁ ବୃଦ୍ଧି କରାଯିବ। ସେ କହିଛନ୍ତି ଯେ ଏହି ପଦକ୍ଷେପର ଲକ୍ଷ୍ୟ ଆମେରିକାରେ ଏପରି ଔଷଧର ଉତ୍ପାଦନ ଆରମ୍ଭ କରିବା। ଏହି ପଦକ୍ଷେପ ଭାରତକୁ ପ୍ରଭାବିତ କରିପାରେ, ଯାହା ଆମେରିକାକୁ ଜେନେରିକ୍ ଔଷଧର ସର୍ବବୃହତ ରପ୍ତାନିକାରୀ।
ଏନେଇ ଟ୍ରମ୍ପ ଆମେରିକୀୟ କମ୍ପାନିଗୁଡ଼ିକୁ ଧମକ ଦେଇଛନ୍ତି। ସେ କହିଛନ୍ତି, ଏହା ଦ୍ବାରା ଜେନେରିକ୍ ଔଷଧ ଉତ୍ପାଦନକୁ ଆମେରିକାକୁ ଫେରାଇ ଆଣିବା ପାଇଁ କରାଯାଉଛି। ଯେଉଁ କମ୍ପାନିଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ଲାଣ୍ଟ ଏବଂ ଉପକରଣ ନିର୍ମାଣ କରିବାରେ ବିଫଳ ହେବେ ସେମାନଙ୍କ ଉପରେ ଜରିମାନା ଲଗାଯିବ। ଏହି ନୀତି ଦ୍ବାରା ଆମେରିକୀୟ ଲୋକଙ୍କୁ ସୁରକ୍ଷା ଦେବାର ଲକ୍ଷ୍ୟ ରଖାଯାଇଛି। ସେ କହିଛନ୍ତି, ପେଟେଣ୍ଟ, ବ୍ରାଣ୍ଡେଡ୍ କିମ୍ବା ଅଭିନବ ଔଷଧ ଉପରେ ରହିଥିବା ନୀତି ଏପର୍ଯ୍ୟନ୍ତ ବହୁ ସଫଳ ହୋଇଛି। ନୂଆ ନୀତି ମଧ୍ୟ ସେହିପରି ହେବ।
ଲିୟନ ଡଲାର ମୂଲ୍ୟର ଔଷଧ ରପ୍ତାନି କରିଥିଲା। ଏହା ଭାରତର ମୋଟ ୨୫.୮ବିଲିୟନ ଡଲାରର ବିଶ୍ୱ ଔଷଧ ରପ୍ତାନିର ୩୮%। ଭାରତୀୟ ଜେନେରିକ୍ ଔଷଧ ଯୁକ୍ତରାଷ୍ଟ୍ରରେ ଉଚ୍ଚ ରକ୍ତଚାପ, ମଧୁମେହ, କର୍କଟ, ସଂକ୍ରାମକ ରୋଗ ଏବଂ ମାନସିକ ସ୍ୱାସ୍ଥ୍ୟର ଚିକିତ୍ସା ପାଇଁ ବ୍ୟାପକ ଭାବରେ ବ୍ୟବହୃତ ହୋଇଥାଏ। ଏହି ଔଷଧଗୁଡ଼ିକର କମ ମୂଲ୍ୟ ହେତୁ ଆମେରିକାରେ ଏହାର ଚାହିଦା ଅଧିକ। ଯଦି ଏହି ଔଷଧଗୁଡ଼ିକ ଉପରେ ଶୁଳ୍କ ଲାଗୁ ହେବ, ତେବେ ଏସବୁର ମୂଲ୍ୟ ବୃଦ୍ଧି ପାଇପାରେ। ଏହା ଭାରତୀୟ କମ୍ପାନିଗୁଡ଼ିକୁ ପ୍ରଭାବିତ କରିବା ସହିତ ଆମେରିକୀୟ ରୋଗୀମାନଙ୍କ ପାଇଁ ମଧ୍ୟ ମହଙ୍ଗା ହେବ। ଭାରତର ଜେନେରିକ୍ ଔଷଧ ଶିଳ୍ପ ଦୀର୍ଘ ବର୍ଷ ଧରି ଆମେରିକା ବଜାର ଉପରେ ନିର୍ଭରଶୀଳ। ଭାରତୀୟ ଔଷଧଗୁଡ଼ିକର ଆମେରିକାରେ ବହୁତ ଚାହିଦା ଅଛି। ତେଣୁ, ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ନିର୍ଦ୍ଧାରିତ ସମୟ ଅନୁଯାୟୀ କାର୍ଯ୍ୟକାରୀ ହୁଏ, ତେବେ ଭାରତୀୟ କମ୍ପାନିଗୁଡ଼ିକ ଦୁଇଟି ପ୍ରମୁଖ ବିକଳ୍ପର ସମ୍ମୁଖୀନ ହେବେ, ହୁଏତ ସେମାନେ ଆମେରିକାରେ ସେମାନଙ୍କର ଉତ୍ପାଦନ କାରଖାନା ସ୍ଥାପନ କରିବେ କିମ୍ବା ଭାରୀ ଶୁଳ୍କର ବୋଝ ବହନ କରି ଆମେରିକୀୟ ବଜାରରେ ରହିବାକୁ ଚେଷ୍ଟା କରିବେ। ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଯଦି ଟ୍ରମ୍ପଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହୁଏ, ତେବେ ଭାରତର ଔଷଧ ଶିଳ୍ପ ଗୁରୁତର ଭାବରେ ପ୍ରଭାବିତ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।