‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO
ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ ସେ ପୂର୍ବ ଭିଡିଓରେ ମିଳିଥିବା ପ୍ରତିକ୍ରିୟା ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଆପଣମାନେ ଯେଉଁ ସକରାତ୍ମକ ପରାମର୍ଶ ଦେଇଛନ୍ତି, ସେଥିପାଇଁ ସମସ୍ତଙ୍କୁ ଅନେକ ଧନ୍ୟବାଦ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ”ଥ୍ୟାଙ୍କ୍ ୟୁ ଫ୍ରେଣ୍ଡ୍ସ… ଗତକାଲି ବିଳମ୍ବିତ ରାତିରେ ଆପଣମାନଙ୍କୁ ଭେଟିବାର ସୁଯୋଗ ମିଳିଲା। ମୁଁ ଯେଉଁ ଭିଡିଓ ପୋଷ୍ଟ କରିଥିଲି, ସେଥିପାଇଁ ଆପଣମାନେ ଯେପରି ଭାବରେ ପ୍ରତିକ୍ରିୟା ଦେଇଛନ୍ତି ଏବଂ ସକରାତ୍ମକ ପରାମର୍ଶ ଦେଇଛନ୍ତି, ସେଥିପାଇଁ ସମସ୍ତଙ୍କୁ ବହୁତ ଧନ୍ୟବାଦ। ଆପଣମାନଙ୍କର ଏହି ଭଲପାଇବା ଏହିପରି ଭାବେ ବଜାୟ ରହୁ। ଆମର ସମ୍ପର୍କ ଆହୁରି ଅଧିକ ସକ୍ରିୟ ଭାବେ ଯୋଡ଼ି ହୋଇରହିବ। ଥ୍ୟାଙ୍କ୍ ୟୁ, ଥ୍ୟାଙ୍କ୍ ୟୁ ବନ୍ଧୁମାନେ…”
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।