Bahuda Yatra 2026: ତାଳଧ୍ବଜ ପରେ ଗଡ଼ିଲା ଦେବଦଳନ
ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ବଡ଼ଦାଣ୍ଡ ହୋଇପଡିଛି ଲୋକାରଣ୍ୟ। ମହାପ୍ରଭୁ ଜନ୍ମବେଦିରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର ଶ୍ରୀକ୍ଷେତ୍ର। ନାଚ, ଗୀତ, ହରିବୋଲରେ ଦୁଲୁକୁଛି ବଡ଼ଦାଣ୍ଡ। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ବଡ଼ ଡାକୁରଙ୍କ ତାଳଧ୍ବଜ ରଥ ଗଡ଼ିବା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ମଧ୍ୟ ପଛେପଛେ ଅଗ୍ରସର ହୋଇଛି।
ଅପରାହ ୪ଟା ୩୦ରେ ବଡ଼ଠାକୁରଙ୍କ ତାଳଧ୍ବଜକୁ ଭକ୍ତମାନେ ଶ୍ରୀମନ୍ଦିର ଅଭିମୁଖେ ଟାଣିଥିଲେ। ରଥ ଉପରେ ଗଜପତି ମହାରାଜା ଛେରାପହଁରା ନୀତି ଅପରାହ୍ନ ୩ଟା ୩୦ରେ ଆରମ୍ଭ କରିଥିଲେ। ତିନି ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ ଭକ୍ତମାନେ ହରିବୋଲ ସହିତ ଘଣ୍ଟ ବଜାଇ ତାଳଧ୍ବଜକୁ ଶ୍ରୀମନ୍ଦିର ଅଭିମୁଖେ ଟାଣିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।