CJP ଆନ୍ଦୋଳନ ବେଳେ ପିଏମ୍‌ ମୋଦି କରିଥିବା ଭିଡିଓକୁ ଫେସବୁକ୍‌ କଲା ବ୍ୟାନ! ବିବାଦ ପରେ…

Jul 28, 2026 - 10:43
CJP ଆନ୍ଦୋଳନ ବେଳେ ପିଏମ୍‌ ମୋଦି କରିଥିବା ଭିଡିଓକୁ ଫେସବୁକ୍‌ କଲା ବ୍ୟାନ! ବିବାଦ ପରେ…

ନୂଆଦିଲ୍ଲୀ, ୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆ କମ୍ପାନି ମେଟା ବିବାଦରେ ଫସିଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ଏକ ସେଲ୍ଫି ମୋଡରେ ଭିଡିଓ ରେକର୍ଡ କରି ଯୁବପିଢ଼ିଙ୍କୁ ସମ୍ବୋଧନ କରିଥିଲେ। ବିଶେଷ କଥା ହେଲା, ଏହା ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ସେଲ୍ଫି ମୋଡରେ ରେକର୍ଡ ହୋଇଥିବା ପ୍ରଥମ ଭିଡିଓ ଥିଲା।

ତେବେ ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏହି ଭିଡିଓକୁ ଭାରତରେ ବିଳମ୍ବିତ ରାତିରେ ‘ରେଷ୍ଟ୍ରିକ୍ଟ’ କରିଦେଇଥିଲା। ରାତି ପ୍ରାୟ ୧ଟା ୨୫ ମିନିଟ୍‌ରେ ‘See Why’ ବିକଳ୍ପରେ କ୍ଲିକ କଲେ, ଆଇନଗତ ଅନୁରୋଧର ପାଳନ କରି ଏହି ଭିଡିଓକୁ ସୀମିତ କରାଯାଇଛି ବୋଲି ସୂଚନା ଦେଖାଯାଉଥିଲା।

ଏହାକୁ ନେଇ ପ୍ରଶ୍ନ ଉଠାଯିବା ପରେ ମେଟା ସଫେଇ ଦେଇ କହିଛି ଯେ, ପ୍ରଧାନମନ୍ତ୍ରୀଙ୍କ ଭିଡିଓ ଭୁଲବଶତଃ ହଟାଯାଇଥିଲା, ଯାହାକୁ ବର୍ତ୍ତମାନ ସଂଶୋଧନ କରାଯାଇଛି। ବିବାଦ ବଢ଼ିବା ପରେ ମେଟା ନିଜର ପୂର୍ବ ନିଷ୍ପତ୍ତି ପରିବର୍ତ୍ତନ କରି ଭିଡିଓକୁ ପୁନର୍ବାର ଉପଲବ୍ଧ କରାଇଛି।

 

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।