‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

Aug 03, 2026 - 22:17
‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର ନଜର ଆସୁଛନ୍ତି ଯେ ଆନ୍ଦୋଳନ କରୁଥିବା ଛାତ୍ରମାନେ ପ୍ରଥମେ ୨୫ ଦିନ ପର୍ଯ୍ୟନ୍ତ ଭୋକ ହରତାଳ (ଅନଶନ) କରନ୍ତୁ, ତା’ପରେ ସେ ଇସ୍ତଫା ଦେବେ। BJP ତାଙ୍କର ଏହି ବୟାନକୁ ଶେୟାର କରି ଖର୍ଗେଙ୍କ ଉପରେ ଜୋରଦାର ଆକ୍ରମଣ କରିଛି।

BJPର ଆଧିକାରିକ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ କରାଯାଇଥିବା ପୋଷ୍ଟରେ କୁହାଯାଇଛି ଯେ, କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କ ଅସଂବେଦନଶୀଳ ଟିପ୍ପଣୀ କେବଳ ପ୍ରଦର୍ଶନକାରୀଙ୍କ କଷ୍ଟଦାୟକ ସ୍ଥିତିକୁ ମଜାକ ଉଡ଼ାଉ ନାହିଁ, ବରଂ କଂଗ୍ରେସ ପାର୍ଟିର ଦୋମୁହାଁ ନୀତିକୁ ମଧ୍ୟ ପଦାରେ ପକାଉଛି।

ପ୍ରିୟଙ୍କ ଖାର୍ଗେ କହିଥିଲେ, ମୁଁ ଇସ୍ତଫା ମଧ୍ୟ ଦେବଦେବି। କିନ୍ତୁ ପ୍ରଥମେ ଆନ୍ଦୋଳନକାରୀମାନଙ୍କୁ ୨୫ ଦିନ ପର୍ଯ୍ୟନ୍ତ ଭୋକ ହରତାଳ (ଅନଶନ) କରିବାକୁ ଦିଅନ୍ତୁ। ଏହାପରେ ମଧ୍ୟ ଯଦି ସେମାନେ ନିୟନ୍ତ୍ରଣକୁ ନ ଆସନ୍ତି, ତେବେ ପ୍ରଥମେ ସେମାନଙ୍କ ଉପରେ ଲାଠିଚାର୍ଜ କରାଯିବ। ଏହାପରେ ମୁଁ ସେହିପରି ଇସ୍ତଫା ଦେବି, ଯେପରି ଦିଲ୍ଲୀରେ କରାଯାଇଥିଲା।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।