ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO
ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ ଚଲାଉଥିବାର ଦେଖାଯାଇଛି। ଏହାର ଭିଡିଓ ଭାଇରାଲ ହୋଇଛି। ମାହିଙ୍କ ବାଇକ ପ୍ରତି ପ୍ରେମ କାହାକୁ ଅଛପା ନାହିଁ। ତାଙ୍କୁ ପ୍ରାୟତଃ ରାଇଡ ପାଇଁ ବାହାରକୁ ଦେଖିବାକୁ ମିଳିଥାଏ। ଧୋନୀ ଏବେ ନିଜ ପୁରୁଣା ହବିକୁ ଏକ ନୂତନ କ୍ୟାରିୟରରେ ପରିଣତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଭିଡିଓଟି ପୂର୍ବତନ ଭାରତୀୟ ଅଧିନାୟକ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମର ବୋଲି ଜଣାପଡ଼ଇଛି। ସୋମବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧୋନୀ ଚେନ୍ନାଇ ନିକଟବର୍ତ୍ତୀ ଇରୁଙ୍ଗାଟ୍ଟୁକୋଟାଇର ମାଡ୍ରାସ ଇଣ୍ଟରନ୍ୟାଶନାଲ ସର୍କିଟରେ ଏକ ସୁପରବାଇକ ଚଲାଇ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଥିଲେ। ରାଇଡର ଭିଡିଓଗୁଡ଼ିକ ଭାଇରାଲ ହେଉଛି। ଧୋନୀ ଦ୍ରୁତ ଗତିରେ ଟ୍ରାକର ଅନେକ ଲ୍ୟାପ ସମାପ୍ତ କରୁଥିବାର ଦେଖାଯାଇଛି।
୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ ଖେଳିବା ଜାରି ରଖିଛନ୍ତି। ଆଘାତ ଯୋଗୁ ସେ ୨୦୨୬ ସିଜନ୍ରେ ଗୋଟିଏ ବି ମ୍ୟାଚ ଖେଳିପାରି ନଥିଲେ। ୪୫ ବର୍ଷୀୟ ଖେଳାଳିଙ୍କ ପକ୍ଷରୁ ଆଗାମୀ ସିଜନ୍ରେ ଖେଳିବେ କି ନାହିଁ ସେ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ।
MS Dhoni enjoying the racing action at an event in Chennai. pic.twitter.com/rruS31g8wR
— ` (@Itz_Ms7) August 3, 2026
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।