ସେବାୟତଙ୍କୁ ଶ୍ରୀମନ୍ଦିର ସେବାରୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ
ପୁରୀ,୧୫ା୭(ଅଜିତ୍ ମହାନ୍ତି): ଶ୍ରୀମନ୍ଦିରରେ ନୀତି ସମ୍ପାଦନରେ ଶୃଙ୍ଖଳା ରକ୍ଷା ପ୍ରତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସର୍ବଦା ସର୍ବୋଚ୍ଚ ଗୁରୁତ୍ୱ ଦେଇଆସୁଛି।
ବୁଧବାର ଉଭାପର୍ବରେ ନୀତିକାନ୍ତି ପାଳନ ସମୟରେ ଦତ୍ତ ମହାପାତ୍ର ସେବାୟତ ରଶ୍ମିରଞ୍ଜନ ଦତ୍ତ ମହାପାତ୍ର ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବାରୁ, ଶ୍ରୀମନ୍ଦିର କମାଣ୍ଡରଙ୍କ ରିପୋର୍ଟ ଆଧାରରେ ମୁଖ୍ୟ ପ୍ରଶାସକ ସଂପୃକ୍ତ ସେବାୟତଙ୍କୁ ଶ୍ରୀମନ୍ଦିର ସେବାରୁ ନିଲମ୍ବନ କରିଛନ୍ତି।
ମୁଖ୍ୟ ପ୍ରଶାସକ ସମସ୍ତ ସେବାୟତଙ୍କ ସହଯୋଗ ଓ ସମନ୍ବୟ ପାଇଁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ଆଶା ପ୍ରକାଶ କରିଛନ୍ତି ଯେ, ଆଗାମୀ ଦିନରେ ମଧ୍ୟ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମୟାନୁବର୍ତ୍ତୀତା, ଶୃଙ୍ଖଳା ଏବଂ ଭକ୍ତିଭାବର ସହ ସମ୍ପାଦିତ ହୋଇଚାଲିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।