ସୁନାବେଶକୁ ନେଇ ବଡ଼ ସୂଚନା, ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ…

Jul 23, 2026 - 18:55
ସୁନାବେଶକୁ ନେଇ ବଡ଼ ସୂଚନା, ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ…

ପୁରୀ,୨୩।୭: ଶୁକ୍ରବାର ପବିତ୍ର ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ପରିଚାଳନା ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ବାହୁଡ଼ା ଯାତ୍ରା ଏବଂ ସୁନାବେଶ ପ୍ରସ୍ତୁତି ନେଇ ବଡ଼ ସୂଚନା ଦେଇଛନ୍ତି।

ପୋଲିପ ପାଇଁ ସୁନାବେଶ ଆୟୋଜନ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ସେ କହିଛନ୍ତି। ସୁନାବେଶକୁ ପ୍ରାୟତଃ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଆସିଥାନ୍ତି। ଅଢ଼େଇ ଲକ୍ଷର ପୁରୀ ସହରରେ ଏତେ ଲୋକଙ୍କ ସମାଗମ ହେବା ଟ୍ରାଫିକ ପରିଚାଳନା ସବୁଠାରୁ ଗୁରୁବପୂର୍ଣ୍ଣ ହେବ ବୋଲି କହିଛନ୍ତି।

ପାର୍କିଂ ପାଇଁ ଯଥେଷ୍ଟ ବ୍ୟବସ୍ଥା ହୋଇଥିଲେ ଏହା ପୂରଣ ହୋଇଯିବା ପୂର୍ବରୁ ନଜିର ରହିଛି। ତେଣୁ ପୁରୀ ଆସିବା ପୂର୍ବରୁ ପୋଲିସର ସବୁ ସୂଚନା ଅନୁଧ୍ୟାନ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।