ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…
ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ୱାଶିଂଟନ ସୁନ୍ଦର ପ୍ରଥମ ଟେଷ୍ଟ ପାଇଁ ଚୟନ ନିମନ୍ତେ ଉପଲବ୍ଧ ନଥିଲେ।
ଶୁବମନ ଗିଲଙ୍କ ନେତୃତ୍ୱରେ ୧୫ ଜଣ ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ସେଥିମଧ୍ୟରୁ ୨ ଜଣ ଖେଳାଳିଙ୍କ ଖେଳିବା ସେମାନଙ୍କ ଫିଟନେସ ରିପୋର୍ଟ ଉପରେ ନିର୍ଭର କରିବ। କେଏଲ ରାହୁଲଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଉଇକେଟ୍ କିପର ଭାବେ ରିଷଭ ପନ୍ତ ଓ ଧ୍ରୁବ ଜୁରେଲଙ୍କୁ ଦଳରେ ସ୍ଥାନ ମିଳିଛି।
ନିକଟରେ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିବା ଲମ୍ବାକାୟ ଦ୍ରୁତ ବୋଲର ଗୁରନୂର ବରାରଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ତାଙ୍କ ସହିତ ସାରାଂଶ ଜେନ ମଧ୍ୟ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ମଧ୍ୟ ପ୍ରଦେଶର ସାରାଂଶ ଜଣେ ଅଲରାଉଣ୍ଡର, ଯିଏ ଅଫ ସ୍ପିନ ବୋଲିଂ କରିବା ସହ ବାମହାତୀ ବ୍ୟାଟର ମଧ୍ୟ ଅଟନ୍ତି।
ବିସିସିଆଇ ତାହାର ବିବୃତ୍ତିରେ କହିଛି ଯେ ସାଇ ସୁଦର୍ଶନ ଓ ଯଶପ୍ରୀତ ବୁମ୍ରାଙ୍କ ଉପଲବ୍ଧତା ସେଣ୍ଟର ଅଫ ଏକ୍ସିଲେନ୍ସ (COE) ପକ୍ଷରୁ ଫିଟନେସ ଅନୁମୋଦନ ମିଳିବା ଉପରେ ନିର୍ଭର କରିବ। ସେହିପରି, ୱାଶିଂଟନ ସୁନ୍ଦର ପ୍ରଥମ ଟେଷ୍ଟ ପାଇଁ ଚୟନ ନିମନ୍ତେ ଉପଲବ୍ଧ ନଥିଲେ।
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଭାରତୀୟ ଦଳ:
ଶୁବମନ ଗିଲ (ଅଧିନାୟକ)
କେଏଲ ରାହୁଲ (ଉପଅଧିନାୟକ)
ଯଶସ୍ବୀ ଜୟସୱାଲ
ରିଷଭ ପନ୍ତ (ଉଇକେଟ୍ କିପର)
ଧ୍ରୁବ ଜୁରେଲ (ଉଇକେଟ୍ କିପର)
ରବୀନ୍ଦ୍ର ଜାଡେଜା
କୁଲଦୀପ ଯାଦବ
ମାନବ ସୁଥାର
ମହମ୍ମଦ ସିରାଜ
ପ୍ରସିଦ୍ଧ କୃଷ୍ଣ
ଗୁରନୂର ବରାର
ଦେବଦତ୍ତ ପାଡିକ୍କଲ
ସାରାଂଶ ଜେନ
ଯଶପ୍ରୀତ ବୁମ୍ରା (ଫିଟନେସ କ୍ଲିୟାରେନ୍ସକୁ ଅପେକ୍ଷା)
ସାଇ ସୁଦର୍ଶନ (ଫିଟନେସ କ୍ଲିୟାରେନ୍ସକୁ ଅପେକ୍ଷା)
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।