ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶେଷ ବିଦାୟ: ସାମିଲ ହେଲେ ହଜାର ହଜାର ଲୋକ

Jul 28, 2026 - 11:42
ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶେଷ ବିଦାୟ: ସାମିଲ ହେଲେ ହଜାର ହଜାର ଲୋକ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସୁଶାନ୍ତ ସିଂଙ୍କୁ ମଙ୍ଗଳବାର ଶେଷ ବିଦାୟ ଦିଆଯାଉଛି। ଏହି କ୍ରମରେ ସକାଳୁ ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ହଲଦିପାଲି ଛକସ୍ଥିତ ବାସଭବନରୁ ସ୍ବର୍ଗତ ସିଂଙ୍କ ପାର୍ଥିବ ଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ ପୈତୃକ ଗ୍ରାମ ବାଉଶେନମୁରାସ୍ଥିତ ତାଙ୍କ ବାସଭବନକୁ ନିଆଯାଉଛି। ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ଅଛନ୍ତି। ଦଳୀୟ ନେତୃବୃନ୍ଦ, କର୍ମୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସଭ୍ୟମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। ଶୋଭାଯାତ୍ରା ପୈତୃକ ଗ୍ରାମକୁ ପହଞ୍ଚିବା ପରେ ସେଠାରେ ସ୍ବର୍ଗତ ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।