ଶାଗୁଆନ ଗଛ କାଟୁଥିଲେ ଦୃର୍ବୁତ୍ତ, ଛିଣ୍ଡିଲା ୩୩ କେଭି ଲାଇନ ତାର: ଆଉ ତା’ପରେ…
ଭଞ୍ଜନଗର,୨୬।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଶନିବାର ସକାଳେ ପବନ ବର୍ଷା ନାହିଁ କିନ୍ତୁ ଦୁର୍ବୁତ୍ତମାନଙ୍କ ପାଇଁ ବିଦ୍ୟୁତସେବା ବ୍ୟାହତ ହୋଇଛି। ବିଦ୍ୟୁତ ସେବା ସ୍ବାଭାବିକ ହେବାକୁ ଦିନ ପ୍ରାୟ ୧୧ଟା ହୋଇଯିବ ବୋଲି ଟାଟା ପାୱାର ପକ୍ଷରୁ ଆକଳନ କରାଯାଇଛି। ବିଦ୍ୟୁତ ସେବା ବ୍ୟାହତ ଯୋଗୁ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଉପଭୋକ୍ତା ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଆଜି ପ୍ରତ୍ୟୁଷରେ କୌଣସି ଦୃର୍ବୁତ୍ତ କଇଣ୍ଟି ନିକଟରେ ଥିବା ଜଣଙ୍କ ଜମିର ଥିବା ଏକ ବିରାଟ ଶାଗୁଆନ ଗଛକୁ କାଟୁଥିଲେ। ଗଛଟି ଭାଙ୍ଗି କଣ୍ଟେଇପଲ୍ଲୀରୁ ଭଞ୍ଜନଗର ଆସିଥିବା ୩୩ କେଭି ଲାଇନ ଉପରେ ପଡ଼ିଯାଇଥିଲା। ଫଳରେ ତାର ଛିଣ୍ଡି ଯାଇଥିଲା। ଏହାଦ୍ୱାରା ଭଞ୍ଜନଗର ଅଞ୍ଚଳକୁ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଟାଟା ପାୱାର କର୍ମଚାରୀ ବିଦ୍ୟୁତ ସେବାକୁ ସ୍ବାଭାବିକ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।
Dharitri – Odisha’s No.1 Odia Daily