ଏନ୍ଇଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଯୁବ କଂଗ୍ରେସ…
ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅସନ୍ତୋଷ, ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଶନିବାର ବରଗଡ଼ ଜିଲା ଯୁବ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକରେ ଜିଲା ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଯୁବ କଂଗ୍ରେସ କର୍ମୀ ଓ ବରିଷ୍ଠ କଂଗ୍ରେସ ନେତାମାନେ ସ୍ଥାନୀୟ କଂଗ୍ରେସ ଭବନ ପରିସରରୁ ଏକ ରାଲିରେ ବାହାରି ଗାନ୍ଧୀ ଛକରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନାରାବାଜି କରି ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
ଯୁବ କଂଗ୍ରେସ ଜିଲା ସଭାପତି ଅମିତ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ନିପନ ଦାଶ, ଟାଉନ କଂଗ୍ରେସ ସଭାପତି ସୁଧୀର ଜେନା, ଏନ୍ଏସ୍ୟୁଆଇ ରାଜ୍ୟ ଉପସଭାପତି ଗୌରବ ପତି ଆଜାଦ, ବିଧାନସଭା ଯୁବ କଂଗ୍ରେସ ସଭାପତି ନିତିନ ଦାଶ, ରବି ପଣ୍ଡା, ପାଣ୍ଡବ କର୍ଣ୍ଣ, ପପୁ କୁମ୍ଭାର, ମୁନୁ କରା, ପିକୁନ ନାୟକ, ମୁଜ୍ଜାଫର ହୁସେନ, ବିକାଶ ବାହିଦାର, ମାନସ ଦାଶ, ସୁଶୀଲ ହରିପାଲ, ନିଲିମା ଅଗ୍ରଓ୍ବାଲ, ଅନ୍ତ ଟାଣ୍ଡି, ଅର୍ଜୁନ ସାହୁ, ଦେବୁ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।