ମେଷ
ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ କରିବେ। କର୍ମ କ୍ଷେତ୍ରରେ ପଦମର୍ଯ୍ୟାଦା ବଢ଼ିବ। ଆତ୍ମୀୟଙ୍କ ପାଇଁ ଚିନ୍ତା ବଢିପାରେ। ଅଶ୍ୱିନୀ ନକ୍ଷତ୍ର ଦାମ୍ପତ୍ୟ କଳହରୁ ଅଶାନ୍ତ ରହିବେ।
ବୃଷ

ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ପାଇ କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ସମ୍ପନ୍ନ କରିବେ। ମୃଗଶିରା ନକ୍ଷତ୍ର ସକାଶେ ପରିବାରରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍ ହେନାହିଁ। କର୍ମକ୍ଷେତ୍ରରେ ସରକାରୀ ସ୍ତରରୁ ଭୁଲ୍ ଖବର ପାଇ ବିବ୍ରତ ହେବେ। ଦର୍ଶନୀୟ ସ୍ଥାନ ପରିଦର୍ଶନ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ମିଥୁନ

ପୁନର୍ବସୁ ନକ୍ଷତ୍ର ଦୀର୍ଘଦିନାନ୍ତେ ଶାରୀରିକ ସୁସ୍ଥତାଜନିତ ମାନସିକ ଆଶ୍ୱସ୍ତି ଲାଭ କରିବେ। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣକରି ବ୍ୟବସାୟ କ୍ଷେତ୍ରକୁ ସ୍ଥାନାନ୍ତର କରିପାରନ୍ତି। ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। ଉଚ୍ଚଶିକ୍ଷା, ସନ୍ତାନଙ୍କ ସମସ୍ୟା, ଯାନ୍ତ୍ରିକ ତ୍ରୁଟି, ଜମିଜମା କାରବାରରେ ମନୋନିବେଶ କରିପାରନ୍ତି।
କର୍କଟ

କର୍ମକ୍ଷେତ୍ରରେ ଅସ୍ବସ୍ତିକର ପରିବେଶରୁ ସ୍ଥାନାନ୍ତରଜନିତ ମାନସିକ ଶାନ୍ତି ଅନୁଭବ କରିବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ଅଶ୍ଳେଷା ନକ୍ଷତ୍ର ଖଳଲୋକମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ।
ସି˚ହ

ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବା ସାଙ୍ଗକୁ ଅଭିଳଷିତ ଜିନିଷ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ। ପୂର୍ବାଫାଲଗୁନୀ ନକ୍ଷତ୍ର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କିତ ଆଲୋଚନା କରିପାରନ୍ତି।
କନ୍ୟା

ବନ୍ଧୁବର୍ଗଙ୍କ ସାହାଯ୍ୟ ସହଯୋଗ ଲାଭକରି ଅଟକି ରହିଯାଇଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ଉତ୍ତରା ଫାଲଗୁନୀ ନକ୍ଷତ୍ର ସକାଶେ ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ଶତ୍ରୁତାର ଅବସାନ ଘଟିବ। ଲେଖାପଢ଼ା, ସାହିତ୍ୟ, ସାମ୍ବାଦିକତା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା

ପୂର୍ବ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ହଠାତ୍ ଘରେ ବନ୍ଧୁ ମିଳନର ଆୟୋଜନ କରିପାରନ୍ତି। ବିଶାଖା ନକ୍ଷତ୍ର କାର୍ଯ୍ୟସାଧନ କ୍ଷେତ୍ରରେ ଆତ୍ମୀୟମାନଙ୍କଠାରୁ ସ୍ନେହ, ଶ୍ରଦ୍ଧା ଓ ଅନୁରକ୍ତି ଲାଭ କରିବେ। ଗୃହ ସମସ୍ୟା, ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ବିଛା

ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡିବା ଫଳରେ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। କର୍ମକ୍ଷେତ୍ରରେ ପରିସ୍ଥିତିବଶତଃ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ଅନୁରାଧା ନକ୍ଷତ୍ର ପରିସ୍ଥିତିବଶତଃ ବହୁତଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ।
ଧନୁ

ଆରମ୍ଭ କରିବାକୁ ଯାଉଥିବା କାମ ସ୍ଥଗିତ ରହିଯାଇପାରେ। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ସମ୍ପର୍କୀୟ ବିଶ୍ୱାସଘାତକତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ବେଳକୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପୂର୍ବାଷାଢା ନକ୍ଷତ୍ର ସକାଶେ ସନ୍ତାନଙ୍କ କୃତି ଓ କୃତିତ୍ୱ ହେତୁ ପାରିବାରିକ କ୍ଷେତ୍ର ଆନନ୍ଦମୁଖର ହୋଇପାରେ।
ମକର

ଶ୍ରବଣା ନକ୍ଷତ୍ରର ପରିବାର ଭିତରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ସରକାରୀ କ୍ଷେତ୍ରରୁ ଲାଭର ଆଶା କେତେକାଂଶରେ ମନକ ହାଲୁକା କରିଦେବ। ସାଂସ୍କୃତିକ କାର୍ଯ୍ୟରେ ସୁଯୋଗ ହରାଇ ପାରନ୍ତି। କର୍ମକ୍ଷେତ୍ରର ସମସ୍ୟା ବନ୍ଧୁଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ

ସକାଳୁ ସକାଳୁ ସାଧାରଣ ଯୁକ୍ତତର୍କକୁ କେନ୍ଦ୍ରକରି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ବୁଝିପାରନ୍ତି। ବାଣିଜ୍ୟ ଓ ପରିବହନ ସନ୍ତୋଷଜନକ ସ୍ଥିତି ଯୋଗୁ ମନ ଖୁସି ରହିବ। ଶତଭିଷା ନକ୍ଷତ୍ର ସକାଶେ ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। ଯାତ୍ରାକାଳରେ ଯାନବାହନରେ ସତର୍କତା ରକ୍ଷା କରିବା ଭଲ।
ମୀନ
ବନ୍ଧୁଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ସୂଚନା ରହିଛି। ଉତ୍ତରଭାଦ୍ର ନକ୍ଷତ୍ର ଅସୁସ୍ଥତା କାରଣରୁ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି। କୌଣସି ମୂଲ୍ୟବାନ୍ ଜିନିଷ କ୍ରୟକରିବା ସମୟରେ ବନ୍ଧୁଙ୍କ ନିକଟରୁ ଆବଶ୍ୟକ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.