ରାଶିଫଳ: ରବିବାର, ଜୁଲାଇ ୫ ତାରିଖ – Daily Horoscope

Jul 04, 2026 - 16:51
ରାଶିଫଳ: ରବିବାର, ଜୁଲାଇ ୫ ତାରିଖ – Daily Horoscope
ମେଷ
ଆଜି କୃତ୍ତିକା ନକ୍ଷତ୍ର ବନ୍ଧୁମାନଙ୍କ ପରାମର୍ଶକ୍ରମେ ଦୂରଯାତ୍ରା କରିବାକୁ ମନ ବଳାଇବେ। ଗୃହ ମରାମତି, ଭୂମିକ୍ରୟ, ଗାଡ଼ିମୋଟର, ଯାନ୍ତ୍ରିକ ଜିନିଷ କ୍ରୟ କରିପାରନ୍ତି। ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ। ପିଲାଙ୍କ ଶିକ୍ଷା ସମ୍ପର୍କୀୟ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ବୃଷ
ବୃଷ
ସମ୍ପର୍କୀୟଙ୍କ ସହଯୋଗ ପାଇ କାମଗୁଡ଼ିକ ସହଜରେ ସମ୍ପନ୍ନ କରିପାରିବେ। କୌଣସି ମୂଲ୍ୟବାନ୍‌ ଦ୍ରବ୍ୟ ନଷ୍ଟ ହେବା କାରଣରୁ ପରିବାର ସଦସ୍ୟମାନଙ୍କ ଉପରେ କ୍ରୋଧାନ୍ବିତ ହୋଇପାରନ୍ତି। ଦୂରାଗତ ବନ୍ଧୁଙ୍କ ସହ ଦେଖା ହୋଇ କିଛି ସମୟ ଅଟକି ରହିଯାଇପାରନ୍ତି। ରୋହିଣୀ ନକ୍ଷତ୍ର ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ଅଯଥା ଆଶଙ୍କା କରିପାରନ୍ତି।
ମିଥୁନ
ମିଥୁନ
ବହୁତ ଦିନର ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କ ଭୂମିକା ରହିବ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ଅଦାଲତ କ୍ଷେତ୍ରରୁ ସୁଫଳ ମିଳିବ। ନିର୍ମାଣ, ପ୍ରକାଶନ, ପ୍ରଶାସନ ଓ ସାଙ୍ଗଠନିକ ସ୍ତରରେ ଉପୁଜିଥିବା ସମସ୍ୟା ସମାଧାନ ହୋଇଯିବ। ମୃଗଶିରା ନକ୍ଷତ୍ର ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।
କର୍କଟ
କର୍କଟ
ମାନସିକ ସ୍ଥିତି ବହୁତ ଭଲ ରହିବା ସାଙ୍ଗକୁ ଯେମିତି ଯାହା ଆଶା କରୁଛନ୍ତି, ତାହା ପାଇପାରିବେ। ଅଶ୍ଳେଷା ନକ୍ଷତ୍ର ଆନୁଷ୍ଠାନିକ କାମରେ ସଫଳତା ପାଇବା ସହ ସମ୍ମାନିତ ମଧ୍ୟ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ଯାତ୍ରା, ସଭାସମିତି, ଆଲୋଚନା ଓ ପ୍ରଶାସନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇପାରିବେ। ସମ୍ପର୍କୀୟଙ୍କ ସହ ସୁସମ୍ପର୍କ ରହିନପାରେ।
ସି˚ହ
ସି˚ହ
ବନ୍ଧୁଙ୍କ ମାଧ୍ୟମରେ ସକାଳୁ ସକାଳୁ କିଛି ଦ୍ୱନ୍ଦ୍ୱାତ୍ମକ ଖବର ମନକୁ ଅସ୍ଥିର କରିଦେଇପାରେ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆତ୍ମୀୟ ସ୍ବଜନମାନେ ପରୋକ୍ଷ ଭାବେ କଡ଼ା ସମାଲୋଚନା କରିପାରନ୍ତି। ଉତ୍ତରା ଫାଲ୍‌ଗୁନୀର କୌଣସି କାମ ସ୍ଥିରୀକୃତ ନ ହେବା କାରଣରୁ ମନରେ ଉଦ୍‌ବେଗ ଭରି ରହିବ।
କନ୍ୟା
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜ ଓ ସରଳ ଭାବରେ ଗ୍ରହଣ କରିପାରିବେ ନାହିଁ। ପରିବାରରେ ସ୍ବଚ୍ଛତାର ଅଭାବ ପରିଲକ୍ଷିତ ହେବ। ପିଲାମାନଙ୍କ ଅସନ୍ତୋଷଜନକ କାର୍ଯ୍ୟକଳାପ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ। ହସ୍ତା ନକ୍ଷତ୍ର ପୁରାତନ ରୋଗର ପୀଡ଼ାର ପ୍ରାଦୁର୍ଭାବଜନିତ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। କଚେରି ମାମଲା, ଅସମ୍ପୂର୍ଣ୍ଣ କାମ, ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣାଜନିତ ଅଶାନ୍ତ ପରିବେଶ ସକାଶେ ଚିନ୍ତା ବଢ଼ିପାରେ। ସାହିତ୍ୟ ଚର୍ଚ୍ଚା, ସଭାସମିତି ଏବଂ ଗଣଯୋଗାଯୋଗ କ୍ଷେତ୍ରରୁ ସଫଳତା ମିଳିବ।
ବିଛା
ବିଛା
ଆଜି ପ୍ରତ୍ୟେକ କାମ ବ୍ୟୟବହୁଳ ହେବ, କିନ୍ତୁ ସମୟାନ୍ତରେ ସଫଳତା ପାଇବେ। ପ୍ରକାଶନ, ପରିବହନ, ବ୍ୟବସାୟ ଓ ନିର୍ମାଣ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ଅନୁରାଧା ନକ୍ଷତ୍ର କର୍ମକ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡ଼ିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇପଡ଼ିବ ।
ଧନୁ
ଧନୁ
ଉତ୍ତରାଷାଢ଼ା ନକ୍ଷତ୍ରର ସାଧାରଣ ଭୁଲ୍‌ରୁ ପରିବାରରେ ଅଶାନ୍ତ ବାତାବରଣ ସୃଷ୍ଟି ହେବ। ଖର୍ଚ୍ଚଭାର ବୃଦ୍ଧି ଚିନ୍ତାର କାରଣ ହେବ। ବନ୍ଧୁଙ୍କ ସଦ୍ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ। ଆଜିର ଯାତ୍ରା, ବାଣିଜ୍ୟ, କଚେରି ମାମଲା ବିଷୟରେ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ଅଭାବ ଓ ଅନଟନ କାମକୁ ସଙ୍କୁଚିତ କରିଦେଇପାରେ। ଶ୍ରବଣା ନକ୍ଷତ୍ର ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇ ଆଶ୍ୱସ୍ତି ଲଭିବେ। ଶିକ୍ଷା, ପରୀକ୍ଷା, ଶିଳ୍ପ, ବାଣିଜ୍ୟ, ଗବେଷଣା, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବ। ନିର୍ମାଣାଧୀନ କାମ, ବନ୍ଧୁଙ୍କ ନିମନ୍ତ୍ରଣ, ଦୂରଯାତ୍ରା, ଜମିଜମା ସମ୍ପର୍କୀୟ ଆଲୋଚନା ଅମୀମାଂସିତ ରହିଯିବ।
କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରା, ନିର୍ମାଣ, ବାଣିଜ୍ୟ ଓ ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ ରହିବ। ଆନୁଷ୍ଠାନିକ କାମ, ସଭାସମିତି, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଚୁକ୍ତିପତ୍ର, ବନ୍ଧୁସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ବିବାଦୀୟ ସ୍ଥିତି, ମାଙ୍ଗଳିକ କାର୍ଯ୍ୟର ପ୍ରସ୍ତୁତି, ଆନୁଷ୍ଠାନିକ କାମ ପ୍ରଭୃତିରେ ସମସ୍ୟା ଆସିପାରେ।
ମୀନମୀନ
ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ପିଲାଙ୍କୁ କେନ୍ଦ୍ରକରି କଳହର ସମ୍ମୁଖୀନ ହୋଇପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତି, ସାହିତ୍ୟ, ବନ୍ଧୁ ସମ୍ପର୍କ ସ୍ଥାପନରେ ଶୁଭଫଳ ପାଇବେ। ଜମିଜମା କ୍ରୟ ବିକ୍ରୟ, ନୃତ୍ୟ ବାଦ୍ୟ ସଙ୍ଗୀତ କ୍ଷେତ୍ରରୁ ଉଚ୍ଚ ସମ୍ମାନ ପାଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.

The post ରାଶିଫଳ: ରବିବାର, ଜୁଲାଇ ୫ ତାରିଖ – Daily Horoscope appeared first on Dharitri Odia News.