ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

Jul 22, 2026 - 21:59
ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା ସୁଦ୍ଧା ଥାନାରେ ହାଜର ହେବା ପାଇଁ କୁହାଯାଇଛି । କ୍ୟାପିଟାଲ୍‌ ପୋଲିସ ଷ୍ଟେସନ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି ।

ଏସିପି ଜୋନ୍‌-୧ଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମାମଲା ସମ୍ପର୍କିତ ଡକ୍ୟୁମେଣ୍ଟ, ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ଆଦି ଆଣିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ୨ ପୂର୍ବତନ ଅଧିକାରୀଙ୍କୁ କ୍ୟାପିଟାଲ ଥାନା ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା । ମନୋଜ ମିଶ୍ର ହାଜର ହୋଇଥିଲା ବେଳେ ରାଜେଶ ବର୍ମା ହାଜର ହୋଇନାହାନ୍ତି । ବର୍ତ୍ତମାନ ଭିକେ ପାଣ୍ଡିଆନଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଛି । ଏହି ଘଟଣାରେ ହଜାର ହୋଇ ସମ୍ପୂର୍ଣ୍ଣ ସହଯୋଗ ପାଇବ ବୋଲି ଆଶା କରାଯାଉଥିବା ନେଇ ନୋଟିସରେ ଉଲ୍ଲେଖ ରହିଛି ।

ପ୍ରକାଶଥାଉକି, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଓ ସମ୍‌ ହସ୍ପିଟାଲରେ ନିଆଁ ଲାଗିବା ସମ୍ପର୍କିତ ତଦନ୍ତ ଫାଇଲ ସିଏମଓରୁ ଚୋରି ହୋଇଯାଇଛି। ଏହି ଘଟଣାରେ ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା ।

 

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।