ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ
ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଆୟୋଜିତ ପ୍ରଥମ ଅଧିବେଶନରେ ଗୋପାଳ ସମାଜକୁ ସଂଗଠିତ କରାଯିବା ସହ ଶିକ୍ଷା ଏବଂ ରାଜନୈତିକ କ୍ଷେତ୍ରରେ ପାରଦର୍ଶିତା ହାସଲ ପାଇଁ ସମ୍ମିଳିତ ଉଦ୍ୟମ କରାଯିବା ନିମନ୍ତେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଏହି ଅବସରରେ କୁଳ ଦେବତା ଶ୍ରୀ ଗୋପାଳକୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯିବା ସହ ନାମସଙ୍କୀର୍ତ୍ତନ ଓ ଘୃତଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଦିଗପହଣ୍ଡି, ସାନଖେମୁଣ୍ଡି ଓ ଚିକିଟି – ଏହି ତିନି ତାଲୁକା ଅଧୀନ ବିଭିନ୍ନ ଗ୍ରାମରୁ ସହସ୍ରାଧିକ ସଭ୍ୟ ଓ ସଭ୍ୟା ଏହି ବାର୍ଷିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
ଅପରାହ୍ନରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ବ୍ରହ୍ମପୁର ଏମ୍.ପି. ଡା. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏମ୍.ପି. ପାଣ୍ଠିରୁ ୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ନିମନ୍ତେ ଶିଳାନ୍ୟାସ କରିଥିଲେ। ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ଗୋପାଳ ସମାଜ ତିନି ତାଲୁକା ସଭାପତି ମନୋରଞ୍ଜନ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ନିଜ ଅଭିଭାଷଣରେ ଗୋପାଳପୁରଠାରୁ ଭାୟା ଦିଗପହଣ୍ଡି ଦେଇ ରାୟଗଡ଼ା ପର୍ଯ୍ୟନ୍ତ ନୂତନ ରେଳ ଲାଇନ ପାଇଁ ଚୂଡ଼ାନ୍ତ ସର୍ଭେ କାର୍ଯ୍ୟ ପ୍ରାୟତଃ ସରିଥିବା କଥା କହିଥିଲେ। ଏଥିସହ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଏବଂ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ବୋଲି ସେ ମତ ପ୍ରକାଶ କରିଥିଲେ।
ଏହି ସଭାରେ ଦିଗପହଣ୍ଡି ଏନ୍.ଏ.ସି. ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ, ରାଧାକାନ୍ତ ମହାଙ୍କୁଡ଼, ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀ, ପିତାମ୍ବର ଗୌଡ଼, ରବି ଚନ୍ଦ୍ର ଗୌଡ଼, ସିମାଞ୍ଚଳ ଗୌଡ଼, ନାରାୟଣ ମହାଙ୍କୁଡ଼ ଏବଂ ସରକାରୀ ଓକିଲ ପରେଶ ଚନ୍ଦ୍ର ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ବିଜୟ ଗୌଡ଼ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାଛଡ଼ା ସମାଜର ବରିଷ୍ଠ କାର୍ଯ୍ୟକର୍ତ୍ତା ରଘୁନାଥ ମହାଙ୍କୁଡ଼, ଗଣେଶ ଗୌଡ଼, ନାରାୟଣ ଗୌଡ଼, ଲକ୍ଷ୍ମଣ ଗୌଡ଼ଙ୍କ ସମେତ ମୁଠାସଭାପତି, ତାଲୁକା ସଭାପତି, ସମସ୍ତ କାର୍ଯ୍ୟକର୍ତ୍ତା ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ଆଇନଜୀବୀ ଗଣେଶ ମହାଙ୍କୁଡ଼, ଏନ୍.ଏ.ସି. କାଉନସିଲର ନୀଳମାଧବ ଗୌଡ଼, ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼ଙ୍କ ସମେତ ଦେବହରି ଗୌଡ଼, ରାମହରି ଗୌଡ଼,
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।