ବୃକ୍ଷ ମହାଯଜ୍ଞ ଉଦ୍‌ଘାଟିତ: ବିଭିନ୍ନ କିସମର ଚାରାରୋପଣ କରି ଅତିଥି କହିଲେ ବୃକ୍ଷ ରହିଲେ ଆମେ…

Jul 13, 2026 - 08:23
ବୃକ୍ଷ ମହାଯଜ୍ଞ ଉଦ୍‌ଘାଟିତ: ବିଭିନ୍ନ କିସମର ଚାରାରୋପଣ କରି ଅତିଥି କହିଲେ ବୃକ୍ଷ ରହିଲେ ଆମେ…

ଦିଗପହଣ୍ଡି,୧୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ କଲେଜ ଛକ ନିକଟରେ ଥିବା ଥିବା ମା’ ଶ୍ୟାମଳାଇ ବଣିକ ସଂଘର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗ୍ରାମରେ ବୃକ୍ଷ ମହାଯଜ୍ଞ ଆୟୋଜନ କରାଯାଇଥିଲା। ଗ୍ରାମରେ ବିଶାଳ ସଚେତନତା ଶୋଭାଯାତ୍ରା ପରେ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ସହ ସଚେତନତା ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭୀଷ୍ମଗିରି ଶ୍ରୀ ରାମଜୀ ମଠ ମଠାଧୀଶ ମହନ୍ତ ପଦ୍ମଲୋଚନ ରାମାନୁଜ ଦାସଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବୃନ୍ଦାବନ ମିଶ୍ର ଅନ୍ୟତମ ଅତିଥି ରୂପେ ଯୋଗଦେଇଥିଲେ। ପ୍ରକୃତି ବନ୍ଧୁ ତଥା ଐତିହାସିକ ଡ.ଅନନ୍ତରାମ କର , ଚନ୍ଦ୍ରଗିରି ବନାଞ୍ଚଳ ଭାରପ୍ରାପ୍ତ ରେଞ୍ଜର ରୂପକ ପ୍ରଧାନ, ପ୍ରକୃତିବନ୍ଧୁ ତଥା କବି ବୃନ୍ଦାବନ ପଣ୍ଡା, ବୃକ୍ଷପ୍ରେମୀ ବନମାଳୀ ପ୍ରଧାନ, ବନପାଳ ଦେବାଶିଷ ଶତପଥୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅତିଥି ବୃନ୍ଦଙ୍କ ଦ୍ବାରା ବୃକ୍ଷ ମହାଯଜ୍ଞ ଉଦଘାଟିତ ହେବା ପରେ ବିଭିନ୍ନ କିସମର ଚାରାରୋପଣ କରାଯାଇଥିଲା। ପରେ ସଂଘ ତରଫରୁ ଆୟୋଜିତ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଅତିଥିବୃନ୍ଦ ଉଦବୋଧନ ଦେଇଥିଲେ। ସଂଘ ସଭାପତି ତଥା ପୂର୍ବତନ ସରପଞ୍ଚ ପୀତାମ୍ବର ଗୌଡ଼ ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସମେତ ସମସ୍ତ ସଂଘର ସମସ୍ତ ସଦସ୍ୟ ଓ ଗ୍ରାମର ବହୁ ସଂଖ୍ୟକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।