ଭିଜିଲାନ୍ସ ପଞ୍ଝାରେ ଆଇଟିଡିଏ ସହକାରୀ ନିର୍ଦ୍ଦେଶକ, ଏକକାଳୀନ ୩ ସ୍ଥାନରେ ଚାଲିଛି ଚଢ଼ାଉ

Jul 13, 2026 - 09:39
ଭିଜିଲାନ୍ସ ପଞ୍ଝାରେ ଆଇଟିଡିଏ ସହକାରୀ ନିର୍ଦ୍ଦେଶକ, ଏକକାଳୀନ ୩ ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର,୧୩ା୭: ଭୁବନେଶ୍ୱର ଆଇଟିଡିଏ ସହକାରୀ ନିର୍ଦ୍ଦେଶକ ସଞ୍ଜୟ କେସପେଟାଙ୍କ ଘରେ ସୋମବାର ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍‌ ଚାଲିଛି। ଭୁବନେଶ୍ୱର ସମେତ କୋରାପୁଟ ଓ ରାଉରକେଲାରେ ଭିଜିଲାନ୍ସ ଟିମ୍‌ ପହଞ୍ଚି ଛାନଭିନ୍‌ ଚଳାଇଛନ୍ତି। କୋରାପୁଟ ମେଡିକାଲ ରୋଡ୍‌ରେ ଥିବା ଲଜ୍‌ ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍‌ ଚାଲିଛି।

ସୂଚନା ଥାଉକି, କିଛି ମାସ ତଳେ କୋରାପୁଟରୁ ସଞ୍ଜୟ ଭୁବନେଶ୍ୱରକୁ ବଦଳି ହୋଇଆସିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।