ବିଧାୟକଙ୍କ ବିରୋଧରେ ଅଭିଯୋଗକୁ ଭାଜପାର ଖଣ୍ଡନ: ଭାବମୂର୍ତ୍ତିକୁ ମଳିନ କରିବାକୁ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ…
ପୁରୁଷୋତ୍ତମପୁର,୨୬ା୬ (ସବିତା ମିଶ୍ର):କବିସର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକଙ୍କ ବିକାଶମୂଳକ ଓ ଜନହିତକର କାର୍ଯ୍ୟକୁ ସହି ନ ପାରି ତାଙ୍କ ଭାବମୂର୍ତ୍ତିକୁ ମଳିନ କରିବାକୁ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଯୋଜନା କରି ତାଙ୍କୁ ବଦନାମ କରିବା ଲାଗି ଉଦ୍ୟମ କରୁଛନ୍ତି। ଏହାକୁ ପୁରୁଷୋତ୍ତମପୁର ବ୍ଲକ ଭାଜପା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଡାକବଙ୍ଗଳାରେ ଏକ ଖବରଦାତା ସମ୍ମିଳନୀରେ ଭାଜପା କର୍ମକର୍ତ୍ତାମାନେ କହିଛନ୍ତି ଯେ, ବୁଧବାର ପୁରୁଷୋତ୍ତମପୁର ବ୍ଲକ ପରିସରରେ ଅଙ୍ଗନୱାଡି କର୍ମୀଙ୍କ ଦାବି ଅନୁସାରେ ସରକାର ପ୍ରଦାନ କରିଥିବା ମୋବାଇଲ ଫୋନକୁ ବିଧାୟକ ନାୟକ ବଣ୍ଟନ କରିଥିଲେ। ଏହି ସମୟରେ ଜଣେ ଅଙ୍ଗନୱାଡି କର୍ମୀ ଏହା ଫୋର ଜି ମୋବାଇଲ, ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଫାଇଭ୍ ଜି ମୋବାଇଲ ଦେବାକୁ କହିଥିଲେ। ବିଧାୟକ ଏହା ସରକାରଙ୍କ ନଜରକୁ ନେବେ ବୋଲି କହିଥିଲେ। କର୍ମୀଜଣକ ହଠାତ୍ ଉତକ୍ଷିପ୍ତ ହୋଇ ବିଧାୟକ ତାଙ୍କୁ ଅସଦ୍ ବ୍ୟବହାର କରିଥିବା ଅଭିଯୋଗ କରିଥିଲେ। ମଞ୍ଚରେ ଥିବା ଅତିଥି ଓ କର୍ମଚାରୀକପିପରି ବିଧାୟକଙ୍କ ଅସଦ୍ ବ୍ୟବହାରକୁ ଦେଖିପାରିଲେନି କି ଦେଖିପାରିଲେନି ବୋଲି ଭାଜପା କର୍ମକର୍ତ୍ତାମାନେ ପ୍ରଶ୍ନ ଉଠାଇଛନ୍ତି। ଅଙ୍ଗନଓ୍ବାଡି କର୍ମୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ସେ କାହା ପରୋଚନାରେ ପଡି ବିଧାୟକଙ୍କ ଉପରେ ଏପରି ମିଥ୍ୟ ଆରୋପ ଲଗାଇଛନ୍ତି ବୋଲି କର୍ମକର୍ତ୍ତା ବିଧାୟକଙ୍କ ପ୍ରତିନିଧି ମନୋଜ ଦାଶ, ପୂର୍ବତନ ବ୍ଲକଅଧକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ପଦ୍ମଚରଣ ନାୟକ, ମଣ୍ଡଳ ସଭାପତି ଚନ୍ଦନ ନାୟକ, ସଏଚ ନୂଆଁଗାଁ ସମିତିସଭ୍ୟା ଆଭା ପରିଡା,ପବିତ୍ର ସାବତ ପ୍ରମୁଖ କହିଛନ୍ତି।