ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

Jun 26, 2026 - 20:55
ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ ପ୍ରଭାରୀ ଅଜୟ ଲଲ୍ଲୁଙ୍କ ସ୍ଥାନ ନେବେ।

ସର୍ବଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ଜାରି କରାଯାଇଥିବା ଏକ ଆଧିକାରିକ ବିଜ୍ଞପ୍ତିରେ ଏହି ସୂଚନା ପ୍ରଦାନ କରାଯାଇଛି। ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ଏବଂ ଆଗାମୀ ରଣନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ହାଇକମାଣ୍ଡଙ୍କ ପକ୍ଷରୁ ଏହି ବଡ଼ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ନୂଆ ପ୍ରଭାରୀ ଭାବେ ଲାଲ୍‌ଜୀଙ୍କ ନିଯୁକ୍ତି ପରେ ରାଜ୍ୟ କଂଗ୍ରେସ ଶିବିରରେ ଉତ୍ସାହ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily