ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

Aug 02, 2026 - 20:23
ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ବିଶେଷ କରି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ଭାବେ ପାଣି ଘେରରେ ରହିଥିବାରୁ ଚାଷୀମାନଙ୍କ ମଧ୍ୟରେ ଗଭୀର ଚିନ୍ତା ଦେଖାଦେଇଛି ।

ପଞ୍ଚାୟତର ସରପଞ୍ଚ ମହେଶ୍ୱର ସାହୁ, ସମେତ ଲଲାଟେନ୍ଦୁ ରାୟ, ଶ୍ରୀଧର ସାହୁ, ଚକ୍ରଧର ତାଡ଼ୁ, ପୂର୍ଣ୍ଣଚନ୍ଦ୍ର ପରିଡା, ରବୀନ୍ଦ୍ର ମହାଳିକ, ଚୈତନ୍ୟ କୁମାର ମହାନ୍ତି, ମାନସ ମହାଳିକ, ଭାଗିରଥି ଦାସ, ରମେଶ ସାହୁ ପ୍ରମୁଖ ଚାଷୀମାନଙ୍କ କହିବାନୁସାରେ, ଧାନ ତଳା ଉପରେ ପ୍ରାୟ ୧୦ ଫୁଟ ପର୍ଯ୍ୟନ୍ତ ବନ୍ୟାଜଳ ଜମି ରହିଛି । ଫଳରେ ଧାନ ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏଥିପାଇଁ ଚାଷରେ ସେବା ସମବାୟରୁ ଋଣ କରି ଲାଗିଥିବା ଅର୍ଥ ଫେରି ପାଇବା ନେଇ ଚାଷୀମାନେ ଚିନ୍ତାରେ ରହିଛନ୍ତି ।

ପ୍ରଭାବିତ ଚାଷୀମାନେ ସରକାରଙ୍କୁ ତୁରନ୍ତ କ୍ଷୟକ୍ଷତିର ସର୍ଭେ କରି କ୍ଷତିପୂରଣ ପ୍ରଦାନ, ସେବା ସମବାୟ କୃଷି ଋଣ ଛାଡ଼ କରିବା ସହ ବିହନ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ସରକାର ଶୀଘ୍ର ପଦକ୍ଷେପ ନନେଲେ ବନ୍ୟା ପରେ ଚାଷୀମାନେ ଆହୁରି ଆର୍ଥିକ ସଙ୍କଟରେ ପଡ଼ିବେ ବୋଲି ସେମାନେ କହିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।