ନାବାଳିକାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର

Jul 06, 2026 - 18:11
ନାବାଳିକାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର

ପାତ୍ରପୁର, ୬।୭(ଉମା ଚରଣ ନେପାକ): ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ଏସ. ନୂଆଗାଁ ଗ୍ରାମ ହରିଜନ ସାହିରୁ ଜଣେ ନାବାଳିକାଙ୍କ ମୃତଦେହ ଜରଡ଼ା ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ଜଣାପଡ଼ିଛି । ମୃତ ନାବାଳିକା ହେଲେ ଉକ୍ତ ଗ୍ରାମର ଅର୍ଚିତା ଦାସ (ଛଦ୍ମନାମ )ବୋଲି ଜଣାପଡ଼ିଛି । ତେବେ ନାବାଳିକାର ସ୍ବାମୀ କୁହାଯାଉଥୁବା ଯୁବକକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ ନାବାଳିକାଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି। ଗତ କିଛି ମାସ ତଳେ ଗ୍ରାମର ହରିଜନ ସାହିର ଜଣେ ଯୁବକ ସେହି ଗ୍ରାମର ଅନ୍ୟ ଜାତିର ଜଣେ ନାବାଳିକାଙ୍କୁ ପ୍ରେମ କରି ଗାଁ ଛାଡି ଚାଲି ଯାଇଥିଲେ। କିଛି ମାସ ବାହାରେ ରହିବା ପରେ କିଛି ଦିନ ହେଲା ଗ୍ରାମକୁ ଫେରି ଯୁବକଙ୍କ ଘରେ ସ୍ବାମୀ ସ୍ତ୍ରୀ ଭାବେ ରହୁଥିଲେ। ଗତ ଶନିବାର ଓ ରବିବାର ନାବାଳିକାଙ୍କୁ ମାରପିଟ କରାଯାଉଥିବା ଏବଂ ନାବାଳିକା ଜଣକ ପିଇବାକୁ ପାଣି ମାଗୁଥିବା ନେଇ ପଡୋଶୀ କହୁଥିବା ବେଳେ ସୋମବାର ନାବାଳିକାଙ୍କ ମୃତଦେହ ଯୁବକଙ୍କ ଘରୁ ମିଳିଥିଲା । ଘଟଣା ଜଣାପଡିବା ପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଥିବା ବେଳେ ସା ଯାଏ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇନଥିବା ଜଣାପଡିଛି ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।