ଧରିତ୍ରୀ ପୋର୍ଟାଲ ପ୍ରଭାବ: ଫୁଲତୁଲାଙ୍କୁ ମିଳିଲା ପଲିଥିନ

Jul 18, 2026 - 09:41
ଧରିତ୍ରୀ ପୋର୍ଟାଲ ପ୍ରଭାବ: ଫୁଲତୁଲାଙ୍କୁ ମିଳିଲା ପଲିଥିନ

କର୍ଲାମୁଣ୍ଡା,୧୮ା୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରିପଡ଼ାର ଅସହାୟ ବୃଦ୍ଧା ଫୁଲତୁଲା ସାହୁ( ୭୫)ଙ୍କ ଘର ବର୍ଷା ଯୋଗୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା। ଘରର ଛାତ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ବର୍ଷାପାଣି ଘର ଭିତରକୁ ପଡୁଥିବାରୁ ବୃଦ୍ଧାଙ୍କ ଜୀବନ ବିପଦପୂର୍ଣ୍ଣ ହୋଇପଡ଼ିଥିଲା। ଏଭଳି ପରିସ୍ଥିତି ଦେଖି ସ୍ଥାନୀୟ ଯୁବ ସାମାଜିକ କର୍ମୀ ସନତ କୁମାର ସାହୁ ଓ ତାଙ୍କ ଭାଇ ସୁନୀଲ ସାହୁ ସହାୟତାର ହାତ ବଢ଼ାଇଥିଲେ। ବର୍ଷା ପାଣିରୁ ସୁରକ୍ଷା ଦେବା ପାଇଁ ସେମାନେ ଘର ଛାତ ଉପରେ ପୁରୁଣା ଫ୍ଲେକ୍ସ ବ୍ୟାନର ବିଛାଇଥିଲେ। ଏ ସମ୍ପର୍କରେ ଧରିତ୍ରୀ ପୋର୍ଟାଲରେ ପ୍ରଥମେ ଖବର ପୋଷ୍ଟହେବା ପରେ ରାଜସ୍ବ ବିଭାଗ କର୍ମଚାରୀ ତତ୍ପରତା ଦେଖାଇ ଶୁକ୍ରବାର ବୃଦ୍ଧାଙ୍କ ଘରକୁ ଯାଇ ପଲିଥିନ ପ୍ରଦାନ କରିଥିଲେ। ପଲିଥିନ ପାଇ ବୃଦ୍ଧା ଜଣକ ଖୁସି ବ୍ୟକ୍ତ କରିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।