କଳାହାଣ୍ଡିରେ ୭୧୧ମିମି ବର୍ଷା ରେକର୍ଡ: ଧାନ କଟା ମେଶିନ ଉପରେ ପଡ଼ିଲା ବିରାଟ ଗଛ
ଭବାନୀପାଟଣା,୧୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡିର ବିଭିନ୍ନ ବ୍ଲକରେ ଗୁରୁବାର ଠାରୁ ଲଗାଣ ବର୍ଷା ଜାରି ରହିଛି। ଯାହାଫଳରେ ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଥିବାବେଳେ ଖରିଫ ଚାଷ ପାଇଁ ମଧ୍ୟ ଏହି ବର୍ଷା ସହାୟକ ହୋଇଛି। ଜିଲା ଜରୁରୀକାଳୀନ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଗୁରୁବାର ଜିଲାର ୧୩ଟି ବ୍ଲକରେ ମୋଟ ୭୧୧ମିମି ବର୍ଷା ରେକର୍ଡ ହୋଇଛି। ଏଥିରେ ଜିଲାର ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୯୫ ମିମି ବର୍ଷା ହୋଇଥିବାବେଳେ କୋକସରାରେ ୮୨ମ,ଗୋଲାମୁଣ୍ଡାରେ ୭୧,କଲମପୁରରେ ୬୩,ଏମ ରାମପୁରରେ ୬୦.୫,କେସିଙ୍ଗା ୫୫.୮,ଜୁନାଗଡ଼ ଓ କର୍ଲାମୁଣ୍ଡା ୫୦,ଜୟପାଟଣା ଓ ନର୍ଲା ୪୬,ଧର୍ମଗଡ଼ ୪୧.୩,ଭବାନୀପାଟଣା ୩୦ ଓ ଲାଞ୍ଜିଗଡ଼ ବ୍ଳକରେ ୨୦.୪ମିମି ବର୍ଷା ରେକର୍ଡ ହୋଇଛି। ବର୍ଷା ଯୋଗୁ ଜୁନାଗଡ଼ ବ୍ଲକ ଆଟିଗାଁର ଦିଲ୍ଲୀପ ମୁଣ୍ଡଙ୍କ ଘର ଆଗରେ ଥିବା ଧାନ କଟା ମେଶିନ ଉପରେ ଏକ ବଡ଼ ଗଛ ପଡିଯାଇଥିବା ଦେଖିବାକୁ ମିଳିଥିଲା।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।