ଗଛରେ ପିଟିହେଲା ବାଇକ୍: ଜଣଙ୍କ ଜୀବନ ଗଲା, ୨ ଗୁରୁତର
ପରଜଙ୍ଗ,୧୭ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ୍ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଗଛରେ ବାଇକ୍ ପିଟି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ମହାବିରୋଡ୍ ଥାନା ମଦରଙ୍ଗାମୁଣ୍ଡା ଗାଁର ପୃଥିବୀ ନାଏକ। ଗୁରୁତରମାନେ ମହାବିରୋଡ୍ ଗାଁର ସତ୍ୟ ପଧାନ ଏବଂ ମଦରଙ୍ଗାମୁଣ୍ଡା ଗାଁର ସରୋଜ ନାଏକ। ସମସ୍ତେ ଏକ ବାଇକ୍ ଯୋଗେ ପରଜଙ୍ଗ ଆଡ଼କୁ ଯାଉଥିବା ବେଳେ ଅସାବଧାନତା କାରଣରୁ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ପୃଥିବୀଙ୍କର ମୃତ୍ୟୁ ହୋଇଥିଲା। ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।