ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଟ୍ୱିଷ୍ଟ! ଅମିତ ଶାହାଙ୍କ ସହ ଏହି ଏମପିଙ୍କ ବୈଠକଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

Aug 06, 2026 - 16:13
ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଟ୍ୱିଷ୍ଟ! ଅମିତ ଶାହାଙ୍କ ସହ ଏହି ଏମପିଙ୍କ ବୈଠକଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬।୮:  ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ନୂଆ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ତୃଣମୂଳ କଂଗ୍ରେସ (TMC) ଛାଡ଼ିଥିବା ତିନିଜଣ ମୁସଲିମ ଏମପି ଆଜି ସଂସଦ ଭବନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଯାଉଛନ୍ତି । ଏହି ବୈଠକକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ମମତା ବାନାର୍ଜୀଙ୍କ ନେତୃତ୍ୱକୁ ନେଇ ମତଭେଦ ବଢ଼ିବା ପରେ ଏହି ତିନିଜଣ ଏମପି ଟିଏମସିଠାରୁ ଦୂରେଇ ଯାଇଥିଲେ। ପରବର୍ତ୍ତୀ ସମୟରେ ଅବୁ ତାହିର ଖାନ, ଖଲିଲୁର ରହମାନ ଏବଂ ୟୁସୁଫ ପଠାନ ପାର୍ଟି ଛାଡ଼ି ଏନସିପିଆଇ (NCPI)ରେ ଯୋଗଦେଇଥିଲେ। ସେହିଠାରୁ ସେମାନେ ଟିଏମସିଠାରୁ ଅଲଗା ରାଜନୈତିକ ପଥରେ ଆଗକୁ ବଢ଼ୁଛନ୍ତି।  ଆଜିର ବୈଠକରେ ତିନିଜଣ ଏମପି ନିଜ ନିଜ ସଂସଦୀୟ କ୍ଷେତ୍ରର ବିକାଶ, ସ୍ଥାନୀୟ ସମସ୍ୟା ଏବଂ କେନ୍ଦ୍ର ସରକାରଙ୍କ ସହାୟତାରେ କାର୍ଯ୍ୟକାରୀ ହୋଇପାରୁଥିବା ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ଅମିତ ଶାହାଙ୍କ ସହ ଆଲୋଚନା କରିପାରନ୍ତି।

ଏହି ଘଟଣାକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରୁଛି ଯେ, ଏନସିପିଆଇରେ ଯୋଗଦେବା ପରେ ମଧ୍ୟ ଏହି ତିନିଜଣ ଏମପି କ୍ରମାଗତ ଦ୍ୱିତୀୟ ଥର ପାଇଁ ଏନଡିଏ ବୈଠକରେ ଯୋଗ ଦେଇନାହାନ୍ତି । ଏହାକୁ ନେଇ ସେମାନଙ୍କ ଭବିଷ୍ୟତ ରାଜନୈତିକ ରଣନୀତି ସମ୍ପର୍କରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି।ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଦିଲ୍ଲୀର ବଙ୍ଗ ଭବନରେ ଆୟୋଜିତ ଏକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ମଧ୍ୟ ଏହି ତିନିଜଣ ଏମପି ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଉପସ୍ଥିତ ଥିଲେ। ଏହାପରେ ଆଜିର ଅମିତ ଶାହାଙ୍କ ସହ ବୈଠକକୁ ନେଇ ରାଜନୈତିକ ମହଲରେ ଉତ୍ସୁକତା ବଢ଼ିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।