କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର: ୨୦୨୭ ବିଶ୍ୱକପରେ ଦେଖିବାକୁ ମିଳିପାରେ ୩ଟି ହାଇଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ
ନୂଆଦିଲ୍ଲୀ,୧୬।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ସଦାସର୍ବଦା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି । ଆଇସିସି (ICC) ଟର୍ନାମେଣ୍ଟଗୁଡ଼ିକରେ ପ୍ରଶଂସକଙ୍କୁ ଏହି ରୋମାଞ୍ଚକର ମ୍ୟାଚରେ ଭେଟି ଦେବା ପାଇଁ ଦୁଇ ଦଳକୁ ପ୍ରାୟତଃ ଏକା ଗ୍ରୁପରେ ରଖାଯାଏ । ବର୍ତ୍ତମାନ ଆଇସିସି ପକ୍ଷରୁ ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଏକ ନୂଆ ଫର୍ମାଟ ପ୍ରସ୍ତୁତ କରାଯାଇଛି । ଏହି ନୂତନ ଫର୍ମାଟ ଯୋଗୁ ଆଗାମୀ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୩ଟି ହାଇଭୋଲ୍ଟେଜ ମ୍ୟାଚ ଦେଖିବାକୁ ମିଳିପାରେ ।
ଏମିତି ହୋଇପାରେ ୩ଟି ମହାମୁକାବିଲା:
ପ୍ରଥମ ମ୍ୟାଚ (ଗ୍ରୁପ ଷ୍ଟେଜ): ପ୍ରତିଥର ଭଳି ଏଥର ମଧ୍ୟ ଉଭୟ ଦଳକୁ ଗୋଟିଏ ଗ୍ରୁପରେ ସ୍ଥାନ ମିଳିବ। ତେଣୁ ଗ୍ରୁପ ପର୍ଯ୍ୟାୟରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ପ୍ରଥମ ଟକ୍କର ଦେଖିବାକୁ ମିଳିବ ।
ଦ୍ୱିତୀୟ ମ୍ୟାଚ (ସୁପର-୭): ଗ୍ରୁପ ପର୍ଯ୍ୟାୟ ପରେ ୭ଟି ଦଳ ‘ସୁପର-୭’ (Super 7) ରେ ନିଜ ସ୍ଥାନ ପକ୍କା କରିବେ । ଯଦି ଭାରତ ଓ ପାକିସ୍ତାନ ସୁପର-୭କୁ ଯାଆନ୍ତି, ତେବେ ରାଉଣ୍ଡ-ରବିନ ନିୟମ ଅନୁଯାୟୀ ଉଭୟ ଦଳ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ ।
ତୃତୀୟ ମ୍ୟାଚ (ସେମିଫାଇନାଲ କିମ୍ବା ଫାଇନାଲ): ସୁପର-୭ ପରେ ଶୀର୍ଷ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ । ସେମିଫାଇନାଲରେ ପ୍ରଥମ ସ୍ଥାନରେ ଥିବା ଦଳ ଚତୁର୍ଥ ସ୍ଥାନରେ ଥିବା ଦଳ ସହ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ଦଳ ତୃତୀୟ ସ୍ଥାନରେ ଥିବା ଦଳ ସହ ଖେଳିବେ । ଯଦି ସମୀକରଣ ଅନୁକୂଳ ରହେ, ତେବେ ସେମିଫାଇନାଲ କିମ୍ବା ସିଧାସଳଖ ଫାଇନାଲ ମହାଲଢ଼େଇରେ ଭାରତ ଓ ପାକିସ୍ତାନ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିପାରନ୍ତି ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।