ପ୍ରବଳ ବର୍ଷା ସତ୍ତ୍ୱେ କେଏସୟୁବି କଲେଜରେ ଚାରାରୋପଣ: ସହଯୋଗ କଲେ…
ଭଞ୍ଜନଗର,୧୬।୭(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗୁରୁବାର ପ୍ରବଳ ବର୍ଷା ସତ୍ତ୍ୱେ ଚାରାରୋପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ଇଗ୍ନୋ ଷ୍ଟଡି ସେଣ୍ଟର ପକ୍ଷରୁ ମିଳିତ ଭାବେ ଚାରାରୋପଣ ଉତ୍ସବ ହୋଇଥିଲା। ଏଥିରେ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ଏବଂ ଇଗ୍ନୋ ଷ୍ଟଡି ସେଣ୍ଟର ସହଯୋଗୀ କର୍ମଚାରୀ ତଥା କଲେଜ ଆକାଉଣ୍ଟାଣ୍ଟ
ପ୍ରଦୀପ ଖଣ୍ଡୁଆଳ, କଲେଜ କିରାଣୀ ତପନ ବେହେରା, ଜାତୀୟ ସେବା ଯୋଜନା ଅଧିକାରୀ ବାବୁଲା ପ୍ରଧାନ, ସ୍ବେଚ୍ଛାସେବୀ ରଞ୍ଜନ ନାଇକ, ଅଶୋକ ନାଇକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଆଜି କଲେଜ ପରିସରରେ ଫଳନ୍ତି ଗଛ ସହ କଲେଜର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ କିସମର ଫୁଲ ଗଛ ମଧ୍ୟ ଲଗାଯାଇଥିଲା।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।