କାର୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ସରକାରୀ ଶିକ୍ଷକ

Jun 26, 2026 - 16:07
କାର୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ସରକାରୀ ଶିକ୍ଷକ

ଟିଟିଲାଗଡ଼,୨୬।୬: ୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ଜଣ ସରକାରୀ ଶିକ୍ଷକ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ମୁତାବକ, ଏକ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଟିଟିଲାଗଡ଼ ଏବଂ ତୁଷୁରା ଅବକାରୀ ଟିମ୍‌କୁ ଖବର ମିଳିଥିଲା। ଏନେଇ ଏକ ଅବକାରୀ ଟିମ୍‌ ୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରେ ଚଢାଉ କରି ଏକ କାର୍‌କୁ ଅଟକାଇ ଯାଞ୍ଚ କରିଥିଲା।

ଯାଞ୍ଚ ବେଳେ ଅତ୍ଧକାରୀମାନେ କାରରୁ ୩୩ କେଜି ଗଞ୍ଜେଇ ଜବତ କରିବା ସହ ୩ଙ୍କୁ ଧରିବାରେ ସଫଳ ହୋଇଥିଲା। ଅଟକ ୩ ଜଣଙ୍କ ମଧ୍ୟରୁ ୨ଜଣ ସରକାରୀ ଶିକ୍ଷକ ବୋଲି ସୂଚନା ମିଳିଛି। ସେମାନେ କଳାହାଣ୍ଡି ଏମ୍‌.ରାମପୁର ଥାନା ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ। ପୋଲିସ ତଦନ୍ତ ବେଳେ କଳାହାଣ୍ଡିରୁ ବଲାଙ୍ଗୀର ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଛି।