ରାଶନ ଚାଉଳ ଆଣିବାକୁ ଯିବାବେଳେ ହେଲା ବଜ୍ରାଘାତ: ବଡ଼ଭାଇ ମୃତ, ସାନ ଭାଇ ଗୁରୁତର

Jun 26, 2026 - 16:07
ରାଶନ ଚାଉଳ ଆଣିବାକୁ ଯିବାବେଳେ ହେଲା ବଜ୍ରାଘାତ: ବଡ଼ଭାଇ ମୃତ, ସାନ ଭାଇ ଗୁରୁତର

ମୋହନା, ୨୬।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁର ପଞ୍ଚାୟତର କଟାମା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପଞ୍ଚାୟତକୁ ରାଶନ ଚାଉଳ ଆଣିବା ହେଲା କାଳ। ଦୁଇ ଭାଇ ପଞ୍ଚାୟତକୁ ରାଶନ ଚାଉଳ ଆଣିବାକୁ ଯିବାବେଳେ ରାସ୍ତାରେ ବଜ୍ରାଘାତରେ ଦୁଇ ଭାଇ ଗୁରୁତର ହୋଇଥିଲେ । ଦୁଇ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ରା ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଭାଇଙ୍କ ଚିକିତ୍ସା ଚାଲିଥିବା ବେଳେ ବଡ଼ ଭାଇ ଜିରାଜ ରଇତଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ସେପଟେ ସାନ ଭାଇ ମୋଜେସ ରଇତଙ୍କ ଚିକିତ୍ସା ଚାଲୁ ରହିଛି ।

Odisha’s No.1 Odia Daily