କଟକ ଜିଲାପାଳଙ୍କ ଜନଶୁଣାଣୀ ବେଳେ ଅଭାବନୀୟ ଘଟଣା, ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ….

Jul 27, 2026 - 15:46
କଟକ ଜିଲାପାଳଙ୍କ ଜନଶୁଣାଣୀ ବେଳେ ଅଭାବନୀୟ ଘଟଣା, ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ….

କଟକ ସଦର,୨୭।୭(ସୁଶାନ୍ତ କୁମାର ଜେନା): କିଶନ ନଗର ତହସିଲ କାର୍ଯ୍ୟାଳୟରେ ସୋମବାର କଟକ ଜିଲାପାଳଙ୍କ ଜନଶୁଣାଣୀ ଶିବିର ଚାଲିଥିଲା । ଏହି ସମୟରେ ଏକ  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉତ୍ତରକୂଳ ଗ୍ରାମର ସବିତା ଜେନା ନାମ୍ନୀ ଜଣେ ମହିଳା ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କିନ୍ତୁ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଘଟଣକୁ ଟାଳି ଦିଆଯାଇଛି ।

ଘଟଣାରୁ ପ୍ରକାଶ ସବିତା ଓ ତାଙ୍କ ଭାଇ ବୋଲି ପରିଚୟ ଦେଉଥିବା ଜଣେ ବ୍ୟକ୍ତି ଜିଲାପାଳଙ୍କ ନିକଟକୁ ଗୁହାରି ଜଣାଇବା ପାଇଁ ଆସିଥିଲେ ।ପରସ୍ପର ନାମରେ ଅଭିଯୋଗ କରିବା ପରେ ଅଭିଯୋଗର ସମାଧାନ ପାଇଁ ଜିଲାପାଳ ଦତ୍ତାତ୍ରେୟ ଭାଉ ସାହେବ ଶୀନ୍ଧେ କିଶନ ନଗର ତହସିଲଦାର କ୍ଷୀରୋଦ ଚନ୍ଦ୍ର ଦାଶଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାପରେ ମହିଳା ଜଣକ ବାହାରକୁ ଆସି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ କିଶନ ନଗର ଥାନା ପୋଲିସ ସବିତାଙ୍କୁ ନେଇ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ନେଇ କୌଣସି ସୂଚନା ମିଳିପାରି ନାହିଁ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।