ଏଇ ଭାରତରେ
ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ କରିଆସୁଛନ୍ତି। ତାଙ୍କର ଏହି ଯାତ୍ରା ଆରମ୍ଭ ହୁଏ ୧୯୯୨ରେ। ତା’ ପରେ ରେଡ୍ଡୀ ନିୟମିତ ଭାବେ ରକ୍ତଦାନ କରିବା ଆରମ୍ଭ କରିଥିଲେ ଏବଂ ଏଥିପାଇଁ ଯୁବକଙ୍କ ସହ ଆଲୋଚନା କରି ସଚେତନତା ଶିବିର ଆରମ୍ଭ କରିଦେଇଥିଲେ। ସମୟକ୍ରମେ ଅଧିକ ସଂଖ୍ୟକ ଲୋକ ତାଙ୍କ ସହ ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଗଲେ ଏବଂ ସେ ରେଡକ୍ରସ ସୋସାଇଟିର ଜିଲା ସମ୍ପାଦକ ଭାବେ ଦାୟିତ୍ୱ ନେଇ ଏବେ ସୁଦ୍ଧା ମୋଟ ୩,୪୦୦ଲି. ରକ୍ତ ସଂଗ୍ରହ କରି ୩ ଦଶନ୍ଧି ଧରି ରୋଗୀଙ୍କୁ ରକ୍ତ ଯୋଗାଇବାରେ ସାହାଯ୍ୟ କରିଆସୁଛନ୍ତି।