ଜଳ ଘେରରେ ବାଞ୍ଜିପଦର ବିଦ୍ୟାଳୟ, ଖବର ପ୍ରକାଶ ପରେ ପହଞ୍ଚିଲେ ତହସିଲଦାର
କର୍ଲାମୁଣ୍ଡା,୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ ବାଞ୍ଜିପଦର୍ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଫୁଟ ବର୍ଷା ପାଣି ଜମି ରହିଛି । ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ଅବସରରେ ସୋମବାର କର୍ଲାମୁଣ୍ଡା ତହସିଲଦାର ଅରୁଣ କୁମାର ବର୍ଗେ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପ ମଣୀ ସାହୁ, ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ, ରେଗଡା ସିଆରସିସି ପ୍ରଭା ରଞ୍ଜନ ବନଛୋର ତଥା କର୍ଲାମୁଣ୍ଡା ଅଗ୍ନି ଶ୍ରମ୍ ଵିଭାଗ ବିଦ୍ୟାଳୟ ଠାରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।
ତେବେ ଗାଁର କିଛି ବ୍ୟକ୍ତି ପାଣି ତାଙ୍କ ଜମିକୁ ଛାଡିବାକୁ ରାଜି ହେଉ ନ ଥିବାରୁ ଖବର ଲେଖା ପର୍ଯ୍ୟନ୍ତ ଜଳ ନିଷ୍କାସନ ବ୍ୟବସ୍ଥା ହୋଇ ପାରୁ ନଥିବା ଜଣାପଡ଼ିଛି । ଏନେଇ ତହସିଲଦାର ଓ ଅନ୍ୟ ଅଧିକାରୀ ମାନେ ଗାଁ ଲୋକଙ୍କ ସହିତ ଆଲୋଚନା କରୁଥିବା ବେଳେ ଜଳ ଘେରରେ ଥିବା ବିଦ୍ୟାଳୟଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ।