ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

Jun 15, 2026 - 07:14
ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଗରଡ଼ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୋବିଲି, ବାଲିକୁଡ଼ି ଓ ଗରଡ଼ମା ଗ୍ରାମ ନିକଟସ୍ଥ ଜଙ୍ଗଲରେ। ବିଶେଷ ସୂତ୍ରରୁ ଅଡବା ପୋଲିସ ଖବର ପାଇ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତି କରାଯାଉଥିବା ସ୍ଥାନ ଗୁଡ଼ିକ ରେ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ମହୁଲି ପୋଚ,୧୫୦ ଲିଟର ମହୁଲି ମଦ ସହ ପ୍ରସ୍ତୁତିରେ ବ୍ୟବହୃତ ଚୁଲ୍ଲା, ବାସନ ପାତ୍ର ସହ ବିଭିନ୍ନ ସାମଗ୍ରୀ ନଷ୍ଟ କରାଯାଇଥିଲା। ଅଞ୍ଚଳରେ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରୟକୁ ରୋକିବା ସହ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟି କୁ ନେଇ ଚଢ଼ାଉ ଆଗାମୀ ଦିନରେ ଜାରି ରହିବ ବୋଲି ଥାନା ଅଧିକାରୀ ସନ୍ତୋଷ କୁମାର ବିଶୋୟୀ କହିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।