ଅଗଷ୍ଟ ୨୮ରେ ରିଲିଜ ହେବନାହିଁ Shraddha Kapoorଙ୍କର ‘ଇଥା’!

Jul 15, 2026 - 19:52
ଅଗଷ୍ଟ ୨୮ରେ ରିଲିଜ ହେବନାହିଁ Shraddha Kapoorଙ୍କର ‘ଇଥା’!

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ଇଥା’କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜର ସୋସିଆଲ ମିଡିଆରେ ବେଶ ଧମାଲ ମଚାଇଛି ଏବଂ ଶ୍ରଦ୍ଧାଙ୍କ ଦମଦାର ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି। ପୂର୍ବରୁ ଏହି ଫିଲ୍ମଟି ଆସନ୍ତା ଅଗଷ୍ଟ ୨୮ ତାରିଖରେ ସିନେମାଘରକୁ ଆସିବାର ଥିଲା, କିନ୍ତୁ ଏବେ ଏହାର ରିଲିଜ ଡେଟ୍‌ ବଦଳିବା ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ, ଫିଲ୍ମର ପ୍ରଯୋଜନା ସଂସ୍ଥା ମ୍ୟାଡ୍‌କ ଫିଲ୍ମସ ଏହାର ରିଲିଜ ଡେଟ୍‌କୁ ଆଗକୁ ବଢ଼ାଇବା କିମ୍ବା ନିର୍ଦ୍ଧାରିତ ସମୟ ପୂର୍ବରୁ ରିଲିଜ କରିବା ନେଇ ବିଚାର କରୁଛି। ତେବେ ଏହା ପ୍ରାୟତଃ ସ୍ପଷ୍ଟ ହୋଇଛି ଯେ ‘ଈଥା’ ଅଗଷ୍ଟ ୨୮ରେ ରିଲିଜ ହେବ ନାହିଁ। ପ୍ରଯୋଜକ ଖୁବ ଶୀଘ୍ର ନୂଆ ରିଲିଜ ତାରିଖର ଆଧିକାରିକ ଘୋଷଣା କରିପାରନ୍ତି।

ବାସ୍ତବରେ, ଅଗଷ୍ଟ ଶେଷ ସପ୍ତାହରେ ଅନେକ ବଡ଼ ବଡ଼ ଫିଲ୍ମ ରିଲିଜ ହେବାର ଲାଇନଅପ ରହିଛି। ପୂର୍ବରୁ ‘ଖୋସଲା କା ଘୋସଲା ୨’ ଅଗଷ୍ଟ ୨୮ ତାରିଖ ଧାର୍ଯ୍ୟ କରିଥିବା ବେଳେ ’ଦି ୱାନ’ ମଧ୍ୟ ସେହି ଦିନ ରିଲିଜ ହେବାର ଥିଲା, ଯଦିଓ ’ଦି ୱାନ’ର ରିଲିଜ ଏବେ ସେପ୍ଟେମ୍ବର ୨୫କୁ ଘୁଞ୍ଚାଇ ଦିଆଯାଇଛି। ଅନ୍ୟପଟେ ସୁପରଷ୍ଟାର ୟଶଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଟକ୍ସିକ: ଏ ଫେୟାରୀ ଟେଲ ଫର ଗ୍ରୋନ-ଅପ୍ସ’ (Toxic) ଅଗଷ୍ଟ ୨୬ରେ ମୁକ୍ତିଲାଭ କରିବ ବୋଲି ପୂର୍ବରୁ ଘୋଷଣା କରାଯାଇଛି।

ବକ୍ସ ଅଫିସରେ ୟଶଙ୍କ ‘ଟକ୍ସିକ’ ସହ ଯେପରି କୌଣସି ମୁହାଁମୁହିଁ ପରିସ୍ଥିତି ନ ଉପୁଜେ, ସେଥିପାଇଁ ‘ଈଥା’ର ମେକର୍ସ ଏହି ନିଷ୍ପତ୍ତି ନେଉଥିବା ଟ୍ରେଡ ସକ୍ରିଟ୍‌ ଆଲୋଚନା ହେଉଛି। ଦୁଇଟିଯାକ ଫିଲ୍ମ ବଡ଼ ବଜେଟ୍‌ର ହୋଇଥିବାରୁ ଏକାଠି ରିଲିଜ ହେଲେ ଉଭୟଙ୍କ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡ଼ିପାରେ। ବିଶେଷ କରି ମହାରାଷ୍ଟ୍ରରେ ‘ଈଥା’ ଭଲ ଆୟ କରିବାର ଆଶା ରହିଛି।

କହିରଖୁଛୁ, ଫିଲ୍ମ ‘ଈଥା’ରେ ଶ୍ରଦ୍ଧା ମହାରାଷ୍ଟ୍ରର ପ୍ରସିଦ୍ଧ ମରାଠୀ ତମାଶା କଳାକାର ବିଠାବାଈ ନାରାୟଣଗାଓଁକରଙ୍କ ଭୂମିକାରେ ନଜର ଆସିବେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।