୧୧୨୯ ହିତାଧିକାରୀଙ୍କୁ ୫୧.୩୬ କୋଟି ଟଙ୍କା ଋଣ ମଞ୍ଜୁର

Jul 15, 2026 - 20:10
୧୧୨୯ ହିତାଧିକାରୀଙ୍କୁ ୫୧.୩୬ କୋଟି ଟଙ୍କା ଋଣ ମଞ୍ଜୁର

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବୁଧବାର ଆୟୋଜିତ ମେଗା କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମରେ ୧୧୨୯ ଜଣ ହିତାଧିକାରୀଙ୍କ ପାଇଁ ୫୧.୩୬ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିବାବେଳେ ୫୦.୬୦ କୋଟି ଟଙ୍କାର ଋଣ ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ଜିଲାପାଳ ମନୋଜ ସତ୍ୟଓ୍ବାନ ମହାଜନ, ଜିଲା ପରିଷଦ ସିଡିଓ ବେଣୁଧର ଶବରଙ୍କ ସମେତ ବିଭିନ୍ନ ବିଭାଗ ଓ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଅତିଥିମାନେ ଆର୍ଥିକ ସମାବେଶ, ସ୍ବାବଲମ୍ବୀ ଜୀବିକା ସୃଷ୍ଟି ଏବଂ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସେବାର ସମ୍ପ୍ରସାରଣ ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ସ୍ବୟଂ ସହାୟକ ଗୋଷ୍ଠୀ, ଲକ୍ଷପତି ଦିଦି, ମୁଦ୍ରା, କେସିସି-ବଳରାମ, ପିଏମ୍‌ ସୂର୍ଯ୍ୟଘର, ପିଏମ୍‌ଇଜିପି, ଏମ୍‌କେୟୁଓ୍ବାଇ ଏବଂ ଏଫ୍‌ପିଓ ଯୋଜନାର ହିତାଧିକାରୀମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପିଏମ୍‌ଜେଜେବିଓ୍ବାଇ , ପିଏମ୍‌ଏସ୍‌ବିଓ୍ବାଇ ଓ ଏପିଓ୍ବାଇ ସାମାଜିକ ସୁରକ୍ଷା ଯୋଜନାରେ ୧୦୦୦ ଜଣଙ୍କୁ ସାମିଲ କରାଯାଇଥିଲା। ବିଭିନ୍ନ ବ୍ୟାଙ୍କ ପକ୍ଷରୁ ସରକାରୀ ଯୋଜନା ଏବଂ ଆର୍ଥିକ ସଚେତନତା ସମ୍ପର୍କରେ ହିତାଧିକାରୀଙ୍କୁ ସୂଚନା ମଧ୍ୟ ପ୍ରଦାନ କରାଯାଇଥିଲା।

Dharitri – Odisha’s No.1 Odia Daily

 

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।