New Secretariat-Assembly: ୧୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ବିଧାନସଭା କମ୍ପ୍ଲେକ୍ସ ସହିତ ନୂଆ ସଚିବାଳୟ

Sep 03, 2026 - 16:11
New Secretariat-Assembly: ୧୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ବିଧାନସଭା କମ୍ପ୍ଲେକ୍ସ ସହିତ ନୂଆ ସଚିବାଳୟ

"ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଯୋସେଫ ବିଜୟ ଗୁରୁବାର ଚେନ୍ନାଇ ପାଇଁ ଏକ ନବକଳେବର ଯୋଜନା ଉନ୍ମୋଚନ କରିଛନ୍ତି।

ଏଥିରେ ୧,୨୦୦ କୋଟି ଟଙ୍କାର ଏକ ନୂତନ ସଚିବାଳୟ-ସହିତ-ବିଧାନସଭା କମ୍ପ୍ଲେକ୍ସ, ବିଶ୍ୱସ୍ତରୀୟ ଅଲିମ୍ପିକ୍ ସିଟି ଓ ଫର୍ମୁଲା ୱାନ୍‌ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ରେସିଂ ଇଭେଣ୍ଟ ଆଣିବା ପାଇଁ ଏକ ଉତ୍ସର୍ଗୀକୃତ ମୋଟର ସ୍ପୋର୍ଟ୍ସ ସିଟି ନିର୍ମାଣ କରିବାକୁ ଘୋଷଣା କରିଛନ୍ତି।

ନିୟମ ୧୧୦ ଅନୁଯାୟୀ, ବିଧାନସଭାରେ କରାଯାଇଥିବା ତିନୋଟି ପ୍ରମୁଖ ଘୋଷଣା ଚେନ୍ନାଇର ପ୍ରଶାସନିକ ଓ କ୍ରୀଡ଼ା ଭିତ୍ତିଭୂମିକୁ ପୁନଃଆକୃତି ଦେବା ସହିତ ସହରକୁ ପ୍ରଶାସନ ଓ କ୍ରୀଡ଼ା ପାଇଁ ଏକ ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳ ଭାବରେ ସ୍ଥାନିତ କରିବାକୁ ଚେଷ୍ଟା କରାଯାଇଛି।Advertisment ୧୨୦୦କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ନିର୍ମାଣ ବିଜୟ ଚେନ୍ନାଇରେ ୨୦ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ୧୨୦୦କୋଟି ଟଙ୍କା ବ୍ୟୟ ଅଟକଳରେ ସମନ୍ୱିତ ସଚିବାଳୟ ଓ ବିଧାନସଭା କମ୍ପ୍ଲେକ୍ସ ନିର୍ମାଣ କରିବାର ଯୋଜନା କରିଛନ୍ତି।

ନୂତନ କମ୍ପ୍ଲେକ୍ସରେ ରାଜ୍ୟର ସମସ୍ତ ସରକାରୀ ବିଭାଗକୁ ଏକ ପ୍ରଶାସନିକ କ୍ୟାମ୍ପସରେ ଏକାଠି କରିବ, ଯାହା ଫୋର୍ଟ ସେଣ୍ଟ ଜର୍ଜରେ ବର୍ତ୍ତମାନ ଭାଗ ଭାଗ ହୋଇ ଚାଲିଛି।

ପ୍ରାୟ ୪୦୦ ବର୍ଷ ଧରି ତାମିଲନାଡୁର ପ୍ରଶାସନିକ କେନ୍ଦ୍ର ଭାବରେ କାର୍ଯ୍ୟ କରିଆସୁଥିବା ଫୋର୍ଟ ସେଣ୍ଟ ଜର୍ଜ, ୧୬୪୦ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିଲା।

୧୬୪୪ ମସିହାରେ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା।

୧୬୫୨ ମସିହାରେ ମାଡ୍ରାସକୁ ପ୍ରେସିଡେନ୍ସିର ମାନ୍ୟତା ଦିଆଯିବା ପରେ ଏହି ଫୋର୍ଟ ବ୍ରିଟିଶ ପ୍ରଶାସନିକ କର୍ତ୍ତୃପକ୍ଷର ପ୍ରମୁଖ ଆସନ ହୋଇଗଲା।

ସ୍ୱାଧୀନତା ପରେ ଏହା ତାମିଲନାଡୁ ସରକାରଙ୍କ ସଚିବାଳୟ ଭାବରେ କାର୍ଯ୍ୟ କରିଚାଲିଥିଲା ଓ ରାଜ୍ୟର ପ୍ରତୀକ ହୋଇ ରହିଛି।

ତିବ୍ଦତରେ ଭୂମିକମ୍ପ; ତୀବ୍ରତା ରିକ୍ଟର ସ୍କେଲରେ ୫ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)