New Rules for National Anthem: ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ନୂଆ ନିର୍ଦ୍ଦେଶନାମା, ଏପରି କରିବା ବାଧ୍ୟତାମୂଳକ

Jul 10, 2026 - 22:20
New Rules for National Anthem: ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ନୂଆ ନିର୍ଦ୍ଦେଶନାମା, ଏପରି କରିବା ବାଧ୍ୟତାମୂଳକ

ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ନୂଆ ନିର୍ଦ୍ଦେଶନାମା ଜାରି କଲେ କେନ୍ଦ୍ର ସରକାର। ନୂଆ ଗାଇଡଲାଇନ୍ ଅନୁସାରେ, ପ୍ରଥମେ ‘ବନ୍ଦେ ମାତରମ୍ ’ ଓ ପରେ ‘ଜନ ଗଣ ମନ’ ଗାନ କରାଯିବ। ବନ୍ଦେ ମାତରମର ସମସ୍ତ ୬ଟି ଯାକ ପଦ ଗାନ କରିବା ବାଧ୍ୟତାମୂଳକ କରାଯାଇଛି। ଜାତୀୟ ସଙ୍ଗୀତ ଭଳି ବନ୍ଦେ ମାତରମ୍ ଗାନ କିମ୍ବା ଏହାର ଧୂନ୍ ବାଜିବା ସମୟରେ ମଧ୍ୟ ଉପସ୍ଥିତ ସମସ୍ତ ବ୍ୟକ୍ତି ସମ୍ମାନର ସହ ଛିଡ଼ା ହେବାକୁ ପଡ଼ିବ। 

ତେବେ ଯଦି କୌଣସି ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ କିମ୍ବା ନ୍ୟୁଜ୍ ରିଲ୍ ର ଅଂଶବିଶେଷ ଭାବେ ସିନେମା ହଲ୍  ଭିତରେ ଏହା ପ୍ରଦର୍ଶିତ ହେଉଥାଏ, ତେବେ ସେଠାରେ ଠିଆ ହେବା ବାଧ୍ୟତାମୂଳକ ନୁହେଁ ବୋଲି ନିୟମ କୋହଳ କରାଯାଇଛି। ସମସ୍ତ ବିଦ୍ୟାଳୟଗୁଡ଼ିକରେ ସକାଳ ପ୍ରାର୍ଥନା ସଭାରେ ଏହାକୁ ସମୂହ ଭାବେ ଗାନ କରିବାକୁ ପରାମର୍ଶ ଦିଆଯାଇଛି। 

ସରକାରୀ ସମାରୋହ, ବେସାମରିକ ପୁରସ୍କାର ପ୍ରଦାନ ଉତ୍ସବ, ଏବଂ ରାଷ୍ଟ୍ରପତି ବା ରାଜ୍ୟପାଳଙ୍କ ଯୋଗଦାନ ଥିବା ସମସ୍ତ କାର୍ଯ୍ୟକ୍ରମରେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୀତ ଆରମ୍ଭ ପୂର୍ବରୁ ବ୍ୟାଣ୍ଡ ପାଇଁ ଏକ ନିର୍ଦ୍ଦିଷ୍ଟ ଡ୍ରମ୍-ରୋଲ୍ ବଜାଇବାର ନିୟମ ମଧ୍ୟ ପ୍ରସ୍ତୁତ ହୋଇଛି । ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତର ସଠିକ୍ ପାଠ୍ୟ ଏବଂ ଶୁଦ୍ଧ ଉଚ୍ଚାରଣ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।