New EPFO portal: ୩୪ କୋଟି ସଦସ୍ୟଙ୍କ ପାଇଁ EPFO ଆଣିଲା ବଡ଼ ସୁବିଧା
ପିଏଫ୍ କ୍ଲେମ୍ ପାଇଁ ଆଉ ଦୌଡିବାକୁ ପଡ଼ିବନି। ନା ମାସ ମାସ ଧରି ଅପେକ୍ଷା, ନା ଅଲଗା ଅଲଗା ୱେବସାଇଟ୍ର ଚକ୍କର। କୋଟି କୋଟି ଚାକିରିଆଙ୍କ ପାଇଁ EPFO ଆଣିଛି ନୂଆ ସେଣ୍ଟ୍ରାଲାଇଜ୍ଡ ପୋର୍ଟାଲ୍, ଯାହା ପିଏଫ୍ ସେବାକୁ କରିବ ଅଧିକ ସହଜ ଓ ଦ୍ରୁତ କରିବ। 'ବ୍ଲାକଆଉଟ୍ ପିରିୟଡ୍' ଶେଷ ହେବା ପରେ ଚଳିତ ସପ୍ତାହରୁ ଏହି ପୋର୍ଟାଲ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।
ଏହି ନୂଆ ବ୍ୟବସ୍ଥାରେ ଆଉ ଅଲଗା ଅଲଗା ୱେବସାଇଟ୍କୁ ଯିବାକୁ ପଡ଼ିବନି। ଗୋଟିଏ ୟୁନିଫାଇଡ୍ ମେମ୍ବର ପୋର୍ଟାଲ୍ ମାଧ୍ୟମରେ ପିଏଫ୍ ବାଲାନ୍ସ ଯାଞ୍ଚ, କ୍ଲେମ୍ ଟ୍ରାକିଂ ଓ ଅନ୍ୟାନ୍ୟ ସେବା ମିଳିବ। ମାନୁଆଲ୍ ଯାଞ୍ଚ ପରିବର୍ତ୍ତେ ଅଟୋମେଟେଡ୍ ସିଷ୍ଟମ୍ ଥିବାରୁ କ୍ଲେମ୍ ପ୍ରକ୍ରିୟା ଅଧିକ ଦ୍ରୁତ ହେବ ଏବଂ ରିଜେକ୍ଟ ହେବାର ଆଶଙ୍କା ମଧ୍ୟ କମିବ।
ଏବେ କେବଳ ଗୋଟିଏ ଆଞ୍ଚଳିକ ଅଫିସ୍ ନୁହେଁ, ଦେଶର ଯେକୌଣସି EPFO ଅଫିସ୍ ଆପଣଙ୍କ କ୍ଲେମ୍ ପ୍ରୋସେସ୍ କରିପାରିବ। ଫଳରେ ସମୟ ବଞ୍ଚିବ ଏବଂ ଟଙ୍କା ଶୀଘ୍ର ଆକାଉଣ୍ଟକୁ ଜମା ହେବ।
ଏହାସହ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ EPF ସୁଧ ଜମା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଆସନ୍ତା ସପ୍ତାହ ମଧ୍ୟରେ ୩୪ କୋଟିରୁ ଅଧିକ ସଦସ୍ୟଙ୍କ ଆକାଉଣ୍ଟରେ ୧.୪୪ ଲକ୍ଷ କୋଟି ଟଙ୍କାରୁ ଅଧିକ ସୁଧ ଜମା କରାଯିବ।
ମୋଟାମୋଟି କହିବାକୁ ଗଲେ, ନୂଆ EPFO ପୋର୍ଟାଲ୍ ଚାକିରିଆଙ୍କ ପାଇଁ ପିଏଫ୍ କ୍ଲେମ୍ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ ଦ୍ରୁତ କରିବା ସହ କାଗଜପତ୍ର ଏବଂ ଅଫିସ୍ ଚକ୍କରରୁ ମଧ୍ୟ ମୁକ୍ତି ଦେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।