Nepal: ନେପାଳକୁ ପୁଣି ହିନ୍ଦୁ ରାଷ୍ଟ୍ର ଘୋଷଣା ଦାବି, ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ବହିଷ୍କାର ପାଇଁ ବିକ୍ଷୋଭ
"କାଠମାଣ୍ଡୁ: ନେପାଳକୁ ପୁଣି ଏକ ବୈଦିକ ସନାତନ ହିନ୍ଦୁ ରାଷ୍ଟ୍ର ଭାବେ ପ୍ରତିଷ୍ଠା କରିବା ଦାବି ତୀବ୍ର ହୋଇଛି।
ଏହି ଦାବିରେ ବିଭିନ୍ନ ହିନ୍ଦୁ ସଂଗଠନ ସହ ସାଧାରଣ ଲୋକେ ରବିବାରଠାରୁ ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି।
ବାଲେନ୍ଦ୍ର ଶାହ ସରକାର ହିନ୍ଦୁ ସମୁଦାୟର ସୁରକ୍ଷା ଓ ସେମାନଙ୍କ ଦାବି ପ୍ରତି ଉଦାସୀନ ରହିଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି।Advertisment ସିରାହା ଜିଲ୍ଲାରେ ଲୋକମାନେ ଶାସକ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟିର ସାଂସଦ ବବ୍ଲୁ ଗୁପ୍ତାଙ୍କୁ ଘେରାଉ କରି ଜବାବ ମାଗିଛନ୍ତି।
ପରିବର୍ତ୍ତନ ଓ ନେପାଳକୁ ପୁଣି ହିନ୍ଦୁ ରାଷ୍ଟ୍ର କରିବା ଆଶାରେ ସେମାନେ ନିଜ ଜନପ୍ରତିନିଧିଙ୍କୁ ସମର୍ଥନ କରିଥିଲେ।
କିନ୍ତୁ ସାଂସଦ ଏବେ ହିନ୍ଦୁ ସମୁଦାୟର ସୁରକ୍ଷା ଓ ଅଧିକାର ପକ୍ଷରେ ଖୋଲାଖୋଲି କହୁ ନ ଥିବାରୁ ସେମାନଙ୍କ ଆଶା ଭଙ୍ଗ ହୋଇଥିବା ବିକ୍ଷୋଭକାରୀମାନେ କହିଛନ୍ତି।
ଜୁଲାଇ ୨୬ ରାତିରେ ଭାରତ ସୀମାନ୍ତ ସୁନସରୀ ଜିଲ୍ଲାର ଦେୱାନଗଞ୍ଜରେ ଏକ ହିନ୍ଦୁ ଧାର୍ମିକ ଶୋଭାଯାତ୍ରା ବେଳେ ଡିଜେ ବଜାଇବା ଓ ଧାର୍ମିକ ପତାକା ଲଗାଇବାକୁ ନେଇ ଦୁଇ ସମୁଦାୟ ମଧ୍ୟରେ ବିବାଦ ହୋଇଥିଲା।
ଏହା ପରେ ବିଭିନ୍ନ ଅଞ୍ଚଳକୁ ହିଂସା ବ୍ୟାପିବାରୁ ଅନ୍ୟୂନ ୩ ଜଣଙ୍କ ମୃତ୍ୟୁ ହେବା ସହ ୨୫ରୁ ଅଧିକ ଆହତ ହୋଇଥିଲେ।
ପୁଲିସ ଗୁଳିରେ ସୁନସରୀରେ ୨ ଜଣ ଏବଂ ସିରାହାରେ ହୋଇଥିବା ପରବର୍ତ୍ତୀ ବିକ୍ଷୋଭରେ ଆଉ ଜଣେ ପ୍ରାଣ ହରାଇଥିଲେ।
ଏକାଧିକ ସହରରେ କର୍ଫ୍ୟୁ ଜାରି କରାଯିବା ପରେ ହିଂସା ଏବେ ହ୍ରାସ ପାଇଛି।
ଆହୁରି ପଢନ୍ତୁ: Youth Congress protests: ଇ୨୦ ପେଟ୍ରୋଲ ବିରୋଧରେ ନାଗପୁରରେ ଯୁବ କଂଗ୍ରେସର ବିକ୍ଷୋଭ ଘଟଣା ପରେ ହିନ୍ଦୁ ସଂଗଠନଗୁଡ଼ିକ ସରକାରଙ୍କୁ ୧୫ ଦଫା ଦାବିପତ୍ର ଦେଇଛନ୍ତି।
ଦେୱାନଗଞ୍ଜ ହିଂସାର ନିରପେକ୍ଷ ତଦନ୍ତ, ଦୋଷୀ ଓ ଷଡ଼୍ଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ, ତଦନ୍ତ କମିଟି ରିପୋର୍ଟ ସାର୍ବଜନୀନ କରିବା ଏବଂ ଗୁଳିଚାଳନା ନିର୍ଦ୍ଦେଶ ଦେଇଥିବା ଅଧିକାରୀଙ୍କ ପରିଚୟ ପ୍ରକାଶ କରି ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଏଥିରେ ଅନ୍ତର୍ଭୁକ୍ତ।
ସୁରକ୍ଷା ବ୍ୟବସ୍ଥାରେ ଅବହେଳା ପାଇଁ ଦାୟୀ ଅଧିକାରୀଙ୍କୁ ଦଣ୍ଡ, ମୃତକଙ୍କୁ ସହିଦ ମାନ୍ୟତା, ପରିବାରକୁ କ୍ଷତିପୂରଣ ଏବଂ ଆହତଙ୍କ ମାଗଣା ଓ ଉନ୍ନତ ଚିକିତ୍ସା ପାଇଁ ମଧ୍ୟ ଦାବି କରାଯାଇଛି।
ବୌଦ୍ଧ ଓ କିରାତ ପରମ୍ପରାର ସମ୍ମାନ ଅକ୍ଷୁଣ୍ଣ ରଖି ନେପାଳକୁ "ବୈଦିକ ସନାତନ ହିନ୍ଦୁ ରାଷ୍ଟ୍ର" ଭାବେ ପୁନଃପ୍ରତିଷ୍ଠା ପାଇଁ ସଂସଦରେ ପ୍ରସ୍ତାବ ଆଣିବାକୁ ସଂଗଠନଗୁଡ଼ିକ ଦାବି କରିଛନ୍ତି।
ଏଥିସହ ରୋହିଙ୍ଗ୍ୟା, ବାଂଲାଦେଶୀ ଓ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବହିଷ୍କାର କରିବା, ସୀମା ସୁରକ୍ଷାକୁ ଦୃଢ଼ କରିବା ଏବଂ ୧୯୯୦ ପରେ ଦିଆଯାଇଥିବା ନେପାଳୀ ନାଗରିକତାର ଯାଞ୍ଚ ପାଇଁ କୁହାଯାଇଛି।
ଆହୁରି ପଢନ୍ତୁ: Honest Police Constable ପୁଲିସ ସିପାହୀଙ୍କ ନିର୍ଲୋଭତା, ରାସ୍ତାରୁ ପାଇଥିବା ୧.୧୦ ଲକ୍ଷ ଟଙ୍କା, ଲାପଟପ୍ ଓ ମୋବାଇଲ୍ ଫେରାଇଲେ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ କିନ୍ତୁ ହିନ୍ଦୁ ରାଷ୍ଟ୍ର ପୁନଃପ୍ରତିଷ୍ଠା ଦାବିକୁ ସମର୍ଥନ କରିନାହାନ୍ତି।
ହିନ୍ଦୁ ରାଷ୍ଟ୍ର ସହ ରାଜତନ୍ତ୍ର ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ଯୋଡ଼ିହୋଇଥିବାରୁ ଏହା ଦେଶର ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବ ବୋଲି ସେ କହିଛନ୍ତି।
ତାଙ୍କ ସରକାର ସଂଘୀୟ ବ୍ୟବସ୍ଥାକୁ ଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶାହ ସ୍ପଷ୍ଟ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।