Nepal floods: ନେପାଳ ବନ୍ୟାକୁ ନେଇ ମିଥ୍ୟା ଭିଡିଓର ବନ୍ୟା, ୪ ଦିନରେ ୭୨ ଜଣଙ୍କୁ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ

Aug 31, 2026 - 22:33
Nepal floods: ନେପାଳ ବନ୍ୟାକୁ ନେଇ ମିଥ୍ୟା ଭିଡିଓର ବନ୍ୟା, ୪ ଦିନରେ ୭୨ ଜଣଙ୍କୁ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ

"କାଠମାଣ୍ଡୁ: ନେପାଳରେ ସମ୍ପ୍ରତି ଆସିଥିବା ଭୟଙ୍କର ବନ୍ୟା ପରେ ସୋସିଆଲ୍‌ ମିଡିଆରେ ମିଥ୍ୟା ଭିଡିଓ ଓ ଭୁଲ୍ ସୂଚନା ବ୍ୟାପକ ଭାବେ ପ୍ରସାରିତ ହେଉଛି।

ଏହାକୁ ନେଇ ନେପାଳ ପ୍ରେସ୍‌ କାଉନ୍‌ସିଲ୍‌ ଗତ ୪ ଦିନ ମଧ୍ୟରେ ୭୨ ଜଣ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କୁ ଆପତ୍ତିଜନକ ବିଷୟବସ୍ତୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି।

ଏହି ବିଷୟବସ୍ତୁର ଅଧିକାଂଶ ବ୍ୟକ୍ତିଗତ ଆକାଉଣ୍ଟରୁ ପୋଷ୍ଟ ହୋଇଥିବା "ଦ କାଠମାଣ୍ଡୁ ପୋଷ୍ଟ" ରିପୋର୍ଟରେ କୁହାଯାଇଛି।Advertisment ଆହୁରି ପଢନ୍ତୁ :GDP: ଜିଡିପି ଅଭିବୃଦ୍ଧି ୭.୮%: ଅସାଧାରଣ ସଫଳତା କହିଲେ ମୋଦୀ ବନ୍ୟାରେ ନିଖୋଜ ଲୋକଙ୍କୁ ପରିବାର ଖୋଜୁଥିବା ବେଳେ ଏଭଳି ମିଥ୍ୟା ଖବର ପ୍ରସାରଣ ଉଦ୍ଧାର ଓ ସୂଚନା ସଂଗ୍ରହ ପ୍ରକ୍ରିୟାକୁ ଅଧିକ ଜଟିଳ କରିଛି।

ଅଧିକ ଦର୍ଶକ ଓ ଭାଇରାଲ୍‌ ହେବା ପାଇଁ କିଛି ସୋସିଆଲ୍‌ ମିଡିଆ ପୃଷ୍ଠା ବନ୍ୟା ସମ୍ପର୍କିତ ଭିଡିଓକୁ ଭୁଲ୍‌ ଦାବି ସହ ପ୍ରସାରିତ କରୁଥିବା ରିପୋର୍ଟରେ ଦର୍ଶାଯାଇଛି।

ଏହାର ଏକ ଉଦାହରଣ ହେଉଛି ଅଗଷ୍ଟ ୨୯ ତାରିଖ ଶନିବାର ସକାଳ ୭ଟା ୨୬ରେ ଡୁଧାଉଲି ଏଫ୍‌ଏମ୍‌ ନାମକ ଏକ ଫେସ୍‌ବୁକ୍‌ ପୃଷ୍ଠାରେ ପୋଷ୍ଟ ହୋଇଥିବା ୨୦ ସେକେଣ୍ଡର ଏକ ଭିଡିଓ।

ଆହୁରି ପଢନ୍ତୁ :Mad Dog Menace ପାଗଳ କୁକୁର ଆତଙ୍କରେ ଥରହର ଚନ୍ଦାହାଣ୍ଡି: ୨ ଗୁରୁତର, ୧୦ଜଣ ଆହତ, ଗାଇବଳଦ କ୍ଷତାକ୍ତ  ଏଥିରେ ନେପାଳର ଗୃହମନ୍ତ୍ରୀ ସୁଦନ ଗୁରୁଙ୍ଗ ବନ୍ୟା ପ୍ରଭାବିତ ଅଞ୍ଚଳର ଏକ ସୁଡ଼ଙ୍ଗ ଭିତରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଦାବି କରାଯାଇଥିଲା।

ଭିଡିଓଟି ଫେସ୍‌ବୁକ୍‌, ଟିକ୍‌ଟକ୍‌ ଓ ଏକ୍ସରେ ଦ୍ରୁତ ଗତିରେ ପ୍ରସାରିତ ହୋଇଥିଲା।

ପରେ ଏହାର କ୍ୟାପ୍‌ସନ୍‌ ବଦଳାଯାଇଥିଲା।

ତଥ୍ୟ ଯାଞ୍ଚକାରୀମାନେ ଭିଡିଓଟି ନେପାଳର ନୁହେଁ ବୋଲି ଜଣାଇଥିଲେ।

ପ୍ରକୃତରେ ଏହା ଭାରତର ଉତ୍ତରାଖଣ୍ଡରେ ହୋଇଥିବା ଏକ ସୁଡ଼ଙ୍ଗ ଉଦ୍ଧାର ଅଭିଯାନର ଦୃଶ୍ୟ।

ଉଦ୍ଧାରକାରୀଙ୍କ ପୋଷାକ ଓ ପରିବେଶକୁ ମେଳାଇ ଏହା ଚିହ୍ନଟ କରାଯାଇଥିଲା।

ମୂଳ ଭିଡିଓଟି ଅଗଷ୍ଟ ୧୪ରେ ଫାୟାର୍‌ ସର୍ଭିସ୍‌ ଉତ୍ତରାଖଣ୍ଡ ପୁଲିସର ଫେସ୍‌ବୁକ୍‌ ପୃଷ୍ଠାରେ ପୋଷ୍ଟ ହୋଇଥିଲା।

ଆହୁରି ପଢନ୍ତୁ :Nepal: ନେପାଳ ବନ୍ୟା: ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ୯୩୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜୋରଦାର ଏହାପରେ ପ୍ରେସ୍‌ କାଉନ୍‌ସିଲ୍‌ "ବୋଥେକୋଶୀ ଘଟଣା ସମ୍ପର୍କିତ ସ୍ୱତନ୍ତ୍ର ଅଭିଯୋଗ" ନାମରେ ଏକ ସ୍ୱତନ୍ତ୍ର ପୋର୍ଟାଲ୍‌ ଖୋଲିଛି।

ଏଥିରେ ଲୋକେ ଭୁଲ୍‌ ସୂଚନା ଓ ଆପତ୍ତିଜନକ ଦୃଶ୍ୟ ସମ୍ପର୍କରେ ଅଭିଯୋଗ କରିପାରିବେ।

ଶନିବାର ସାୟାହ୍ନ ୫ଟା ସୁଦ୍ଧା ଏହି ପୋର୍ଟାଲ୍‌ରେ ୧୦୧ଟି ଅଭିଯୋଗ ମିଳିଥିବା ପ୍ରେସ୍‌ କାଉନ୍‌ସିଲ୍‌ ଅଧ୍ୟକ୍ଷ ଉମେଶ ଶ୍ରେଷ୍ଠ କହିଛନ୍ତି।

ନେପାଳ ଫ୍ୟାକ୍ଟ ଚେକ୍‌ର ସହକାରୀ ସମ୍ପାଦକ ଚେତନା କୁଁୱର କହିଛନ୍ତି, ବୋଥେକୋଶୀ ବନ୍ୟା ସହ ଜଡ଼ିତ ଭୁଲ୍‌ ଦୃଶ୍ୟ ତିଆରିରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ବଢ଼ୁଛି।

ଏଆଇରେ ତିଆରି ବିଷୟବସ୍ତୁ ଓ ପରିବର୍ତ୍ତିତ "ପୂର୍ବ ଓ ପର" ଦୃଶ୍ୟ ସାଧାରଣ ଲୋକଙ୍କ ପାଇଁ ସତ୍ୟ-ମିଥ୍ୟା ଚିହ୍ନଟ କରିବା କଷ୍ଟକର କରୁଛି।

ଅନ୍ୟ ଦେଶର ବିପର୍ଯ୍ୟୟର ଭିଡିଓକୁ ମଧ୍ୟ ଜାଣିଶୁଣି ନେପାଳର ଦୃଶ୍ୟ ବୋଲି ପ୍ରଚାର କରାଯାଉଥିବା ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)