Nepal flood: ନେପାଳ ବନ୍ୟାରେ ଭାସି ଆସିଥିବା ୭ ଜଣଙ୍କ ମୃତଦେହ ଉତ୍ତର ପ୍ରଦେଶରୁ ଉଦ୍ଧାର

Aug 28, 2026 - 21:19
Nepal flood: ନେପାଳ ବନ୍ୟାରେ ଭାସି ଆସିଥିବା ୭ ଜଣଙ୍କ ମୃତଦେହ ଉତ୍ତର ପ୍ରଦେଶରୁ ଉଦ୍ଧାର

"ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବନ୍ୟାଜଳରେ ଭାସି ଆସିଥିବା ୭ ଜଣଙ୍କ ମୃତଦେହ ଭାରତର ତଳିଆ ଅଞ୍ଚଳରୁ ମିଳିଛି।

ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲାର ନଦୀଗୁଡ଼ିକରୁ ଏହି ମୃତଦେହଗୁଡ଼ିକୁ ଭାରତୀୟ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି।

ଏହି ଅଞ୍ଚଳ ନେପାଳର ବନ୍ୟାପ୍ରଭାବିତ ଦକ୍ଷିଣ ଚିତୱନ ସୀମାକୁ ଲାଗିଛି।

ମୃତଦେହଗୁଡ଼ିକ ବନ୍ୟାରେ ଭାସି ଯାଇଥିବା ଲୋକଙ୍କର ବୋଲି ଅଧିକାରୀମାନେ କହିଛନ୍ତି।

Advertisment ମହାରାଜଗଞ୍ଜ ଜିଲ୍ଲା ମାଜିଷ୍ଟ୍ରେଟ୍ ଗୌରବ ସିଂହ ସୋଗରୱାଲ୍ଗୁ କହିଛନ୍ତି, ରୁବାର ଜିଲ୍ଲାରୁ ୪ଟି ଅଚିହ୍ନା ମୃତଦେହ ଉଦ୍ଧାର କରାଯାଇଛି।

ସେ କହିଛନ୍ତି, ଆମର ଅନୁମାନ ଯେ ନେପାଳରେ ହଠାତ୍ ଆସିଥିବା ବନ୍ୟା ପରେ ଏହି ମୃତଦେହଗୁଡ଼ିକ ନଦୀ ସ୍ରୋତରେ ଭାସି ଭାରତକୁ ଆସିଛି।

ସୀମାଠାରୁ ପ୍ରାୟ ୭୦ କିଲୋମିଟର କୁଶୀନଗର ଜିଲ୍ଲାରୁ ଆଉ ୩ଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ପୁଲିସ ଅଧିକାରୀ ନିଶ୍ଚିତ କରିଛନ୍ତି।

କର୍ତ୍ତୃପକ୍ଷ ମୃତକମାନଙ୍କର ପରିଚୟ ଜାଣିବା ପାଇଁ ପ୍ରୟାସ କରୁଛନ୍ତି।

Heavy rain: ଚାଷୀଙ୍କୁ ଭସାଇ ନେଲା ବନ୍ୟାଜଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)