Nepal flood death: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ୬୩୦ ଛୁଇଁଲା, ନିଖୋଜଙ୍କ ସଂଖ୍ୟା ଆହୁରି ବୃଦ୍ଧି
"କାଠମାଣ୍ଡୁ: ଚୀନ୍ ସୀମା ନିକଟରେ ହିମଶୈଳ ସ୍ଖଳନ ଯୋଗୁଁ ନେପାଳର ରସୁଆ ଏବଂ କେନ୍ଦ୍ରାଞ୍ଚଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୬୩୦ରେ ପହଞ୍ଚିଛି।
ବୁଧବାର ଘଟିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମଗ୍ର ଅଞ୍ଚଳରେ ରାସ୍ତାଘାଟ, ସେତୁ, ଜନବସତି ଏବଂ ଜଳବିଦ୍ୟୁତ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି।
ନେପାଳ ପୁଲିସର ସୂଚନା ଅନୁଯାୟୀ ବନ୍ୟା ଓଭୂସ୍ଖଳନ ଯୋଗୁଁ ଏବେ ମଧ୍ୟ ୨୪୦୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି।
ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ନେପାଳରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୨୦ ଜଣ ଭାରତୀୟ ନିଖୋଜ ଅଛନ୍ତି ଏବଂ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନି।Advertisment ଆହୁରି ପଢନ୍ତୁ :Judgement: ଅଡୁଆରେ ଚୌଦ୍ବାର ସର୍କଲ ଜେଲ୍ ବରିଷ୍ଠ ଅଧୀକ୍ଷକ; ଜାମିନ ଦେଲେନି ହାଇକୋର୍ଟ ଅପରପକ୍ଷେ ଚୀନ୍ ସୀମାରେ ଫସି ରହିଥିବା ପ୍ରାୟ ୪୦୦ ଭାରତୀୟ ନାଗରିକଙ୍କ ସହ ଭାରତ ସରକାର ଯୋଗାଯୋଗ ସ୍ଥାପନ କରିବାରେ ସଫଳ ହୋଇଛନ୍ତି।
ମାଉଣ୍ଟ କୈଳାସ ଏବଂ ମାନସରୋବରହ୍ରଦକୁ ଯାଉଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଜିରୋଙ୍ଗ୍ ରୁଟ୍ ସବୁଠାରୁ ବହୁଳ ବ୍ୟବହୃତ ମାର୍ଗ ଥିବା ବେଳେ ଉକ୍ତ ଅଂଚଳରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟିଛି।
ଭୋଟେକୋଶୀ ଏବଂ ତ୍ରିଶୁଳୀ ନଦୀ ଅଞ୍ଚଳରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବା ପାଇଁ ହାଇ ଆଲର୍ଟ ଜାରି କରିଛି।
ଆହୁରି ପଢନ୍ତୁ :Illegal liquor: ରାତିଅଧରେ ମାଫିଆଙ୍କ ୪ ଘଣ୍ଟାର ଦୁଃସାହିକ ଜଳଯାତ୍ରା; ୩୬୦ ଲିଟର ମଦ ଜବତ ନେପାଳ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ନେପାଳରେ ୧୯୨୪ ଜଣ ଏବଂ ତିବ୍ବତ ଅଞ୍ଚଳରେ ୫୫୪ ଜଣ ନିଖୋଜ ଥିବା ସ୍ପଷ୍ଟ ହୋଇଛି।ଏହି ନିଖୋଜଙ୍କ ମଧ୍ୟରେ ପର୍ଯ୍ୟଟକ ଓ ବିଦେଶୀ ଶ୍ରମିକଙ୍କୁ ମିଶାଇ ପ୍ରାୟ ୫୧୭ ଜଣ ବିଦେଶୀ ନାଗରିକ ରହିଛନ୍ତି।
ଚୀନ୍ ପକ୍ଷରୁ ମଧ୍ୟ ସୀମାନ୍ତରେ ୨୬୦ ଜଣ ବିଦେଶୀ ନିଖୋଜ ଥିବା ନେଇ ସୂଚନା ଦିଆଯାଇଛି।
ଅପରପକ୍ଷେ ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୨୧ ଜଣ ପର୍ଯ୍ୟଟକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି।
ବନ୍ୟା ଜଳରେ ଚୀନ୍ ସୀମାନ୍ତରେ ଥିବା ଜିରୋଙ୍ଗ୍ ଗେଟ୍ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଶୁକ୍ରବାର ୨୧ ଜଣିଆ ଚୀନ୍ ଉଦ୍ଧାରକାରୀ ଦଳ ପାହାଡ଼ ଏବଂ ଦୁର୍ଗମ ଜଙ୍ଗଲ ଅତିକ୍ରମ କରି ସେଠାରେ ପହଞ୍ଚିଛନ୍ତି।
ଆହୁରି ପଢନ୍ତୁ :Sadhguru: ସଦ୍ଗୁରୁଙ୍କ ଦଳ ଅଟକିଥିବା ଜିରୋଙ୍ଗ ଇମିଗ୍ରେସନ୍ କାର୍ଯ୍ୟାଳୟ ନିକଟରେ ପହଞ୍ଚିଲେ ଉଦ୍ଧାରକାରୀ ଦଳ: ସବୁ ଆଡ଼େ ଭଗ୍ନାବଶେଷ ବ୍ୟତୀତ କିଛି ବଞ୍ଚି ନାହିଁ ସୀମା ଆରପାରିରେ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ଏକ କୃତ୍ରିମ ହ୍ରଦର ଜଳ ତ୍ରିଶୁଳୀ ଏବଂ ଲହେନ୍ଦ ଖୋଲା ନଦୀକୁ ଗତକାଲିଠାରୁ ପ୍ରବାହିତ ହେବା ଆରମ୍ଭ କରିଥିବା ବେଳେ ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି।
ଉପର ମୁଣ୍ଡରେ ଥିବା ଅନ୍ୟ ୨ଟି କୃତ୍ରିମ ହ୍ରଦ ସମ୍ପୂର୍ଣ୍ଣ ନିଷ୍କାସିତ ନହେବା ପର୍ଯ୍ୟନ୍ତ ଏହି ବନ୍ୟା ବିପଦ ଟଳିବ ନାହିଁ ବୋଲି ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଛି।
ଚୀନ୍ ଜଳସମ୍ପଦ ମନ୍ତ୍ରଣାଳୟ ଏହି ହ୍ରଦରେ ୨୫ ଲକ୍ଷ କ୍ୟୁବିକ୍ ମିଟର ଜଳ ଜମା ହୋଇ ରହିଛି।
ଯଦି ଏହି ପ୍ରାକୃତିକ ବନ୍ଧ ଆଂଶିକ ଭାବେ ଭାଙ୍ଗିଯାଏ, ତେବେ ପ୍ରତି ସେକେଣ୍ଡରେ ପ୍ରାୟ ୫୦୦ କ୍ୟୁବିକ୍ ମିଟର ଜଳ ପ୍ରବାହିତ ହେବାର ଆଶଙ୍କା ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
