Nepal flood: ବିପର୍ଯ୍ୟୟକୁ ନେଇ ନେପାଳର ପ୍ରଧାନମନ୍ତ୍ରୀ ଦେଲେ ସୂଚନା

Aug 31, 2026 - 17:47
Nepal flood: ବିପର୍ଯ୍ୟୟକୁ ନେଇ ନେପାଳର ପ୍ରଧାନମନ୍ତ୍ରୀ ଦେଲେ ସୂଚନା

"ନେପାଳ: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଦେଶରେ ଘଟିଥିବା  ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ରିଲିଫ୍ , ଉଦ୍ଧାର ଏବଂ ପୁନର୍ବାସ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।

Advertisment ପ୍ରଧାନମନ୍ତ୍ରୀ କହିଛନ୍ତି," ରାସୁୱା ଜିଲ୍ଲାରେ ପ୍ରବାହିତ ହେଉଥିବା ଭୋଟେକୋଶି ନଦୀରେ ଭୟଙ୍କର ବନ୍ୟା  ଯୋଗୁ ଜୀବନ, ସମ୍ପତ୍ତି ଏବଂ ଭିତ୍ତିଭୂମିର ଅନେକ କ୍ଷତି ହୋଇଛି।

ଏହି କ୍ଷତିର ସମ୍ପୂର୍ଣ୍ଣ ହିସାବ ସଂଗ୍ରହ କରିବା ଏକ ଚ୍ୟାଲେଞ୍ଜ ।

ନିରନ୍ତର ବିପଦ ସତ୍ତ୍ୱେ ସରକାର ନାଗରିକଙ୍କ ଜୀବନ ରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି।

ଦୀର୍ଘ ଆଠ ଘଣ୍ଟାର ନିରନ୍ତର ପ୍ରୟାସ ପରେ ନେପାଳ ପୁଲିସ କୃଷି ବିକାଶ ବ୍ୟାଙ୍କର ତ୍ରିଶୁଳି ଧୁଙ୍ଗେ ଶାଖାରୁ ପ୍ରାୟ ୧.୫ କୋଟି ନଗଦ ଟଙ୍କା, ପ୍ରାୟ ୫୦ କୋଟି ମୂଲ୍ୟର ସୁନା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି।

ଉଦ୍ଧାର ହୋଇଛି ୧.୫ କୋଟି ନଗଦ ଟଙ୍କା ପ୍ରଧାନମନ୍ତ୍ରୀ ଶାହଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୯,୪୩୫ ଜଣଙ୍କୁ ବିମାନ ଏବଂ ସଡ଼କ ମାର୍ଗ ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ରିଲିଫ୍ ଏବଂ ଉଦ୍ଧାର ଅଭିଯାନ ପାଇଁ ମୋଟ ୩୯୪ଟି ବିମାନ ପରିଚାଳିତ ହୋଇଛି, ଯେଉଁଥିରେ ରବିବାର ୭୨ଟି ବିମାନ ସାମିଲ ଅଛି।

ପ୍ରଭାବିତ ଅଞ୍ଚଳରେ ୨୦,୬୧୮ ସୁରକ୍ଷା କର୍ମୀ, ନେପାଳ ସେନା, ନେପାଳ ପୁଲିସ ଏବଂ ସଶସ୍ତ୍ର ପୁଲିସ ବାହିନୀ  ନିୟୋଜିତ ଅଛନ୍ତି।

ହିମବାହ ବିଷୟରେ ସଠିକ୍ ସୂଚନା ଦେଇ ନଥିଲା ଚୀନ: ନେପାଳ ଆଣିଲା ବଡ଼ ଅଭିଯୋଗ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)