Nepal flood: ନେପାଳ ବନ୍ୟା ପୀଡ଼ିତଙ୍କୁ ସୋନୁ ସୁଦ୍‌ଙ୍କ ରିଲିଫ୍‌ ବଣ୍ଟନ

Sep 02, 2026 - 20:30
Nepal flood: ନେପାଳ ବନ୍ୟା ପୀଡ଼ିତଙ୍କୁ ସୋନୁ ସୁଦ୍‌ଙ୍କ ରିଲିଫ୍‌ ବଣ୍ଟନ

"କାଠମାଣ୍ଡୁ: ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ନେପାଳରେ ପହଞ୍ଚିଛନ୍ତି।

ବୁଧବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେ ମଙ୍ଗଳବାର ନେପାଳରେ ପୀଡ଼ିତଙ୍କୁ ଭେଟିବା ସହ ରିଲିଫ୍‌ କାର୍ଯ୍ୟରେ ସାମିଲ ହୋଇଛନ୍ତି।

ସୋନୁ ସୁଦ୍‌ ନେପାଳରେ ପହଞ୍ଚିବା ପରେ ସେଠାକାର ଲୋକଙ୍କ ସହ ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି।

Advertisment ସେ ପୀଡ଼ିତମାନଙ୍କୁ ପୁଣି ନୂଆ ଜୀବନ ଆରମ୍ଭ କରିବାରେ ସହଯୋଗ କରିବେ ବୋଲି କହିଛନ୍ତି।

ସୋନୁ ସୁଦ୍‌ କହିଛନ୍ତି, ବନ୍ୟାରେ ଲୋକେ ଘର, ପରିବାର ଓ ନିଜ ପିଲାଦିନର ସ୍ମୃତି ହରାଇଛନ୍ତି।

ଏହି କଷ୍ଟଦାୟକ ସମୟରେ ନେପାଳ ଏକା ନୁହେଁ ଏବଂ ସମସ୍ତେ ମିଶି ପୀଡ଼ିତଙ୍କୁ ନୂଆ ଆରମ୍ଭ ଦେବାକୁ ପ୍ରୟାସ କରିବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

Nepal Flood: ନେପାଳ ବନ୍ୟା ବିପନ୍ନଙ୍କ ପାଇଁ ଭାରତର ପଞ୍ଚମ ସହାୟତା, ପଠାଗଲା ୫.୫ ଟନ୍ ଔଷଧ ଓ ଉଦ୍ଧାରକାରୀ ଦଳ ସୋନୁ କହିଛନ୍ତି ଯେ, ଭାରତରୁ ସେମାନେ କମ୍ବଳ ଓ ଖାଦ୍ୟ ସାମଗ୍ରୀ ନେଇ ଆସିଛନ୍ତି।

ପୀଡ଼ିତଙ୍କ ବର୍ତ୍ତମାନ କ"ଣ ଆବଶ୍ୟକତା ରହିଛି, ତାହା ଜାଣିବା ପରେ ଭାରତରୁ ଅଧିକ ସାମଗ୍ରୀ ପଠାଇବାକୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।

କେବଳ ଚଳିତ ମାସ ନୁହେଁ, ଆଗାମୀ କିଛି ମାସ ପର୍ଯ୍ୟନ୍ତ ନେପାଳକୁ ରିଲିଫ୍‌ ସହାୟତା ଜାରି ରଖିବାକୁ ସେ ନିଶ୍ଚିତ କରିବେ ବୋଲି କହିଛନ୍ତି।

ସୋନୁଙ୍କ ଏହି ପଦକ୍ଷେପକୁ ତାଙ୍କ ପ୍ରଶଂସକମାନେ ବେଶ୍‌ ପ୍ରଶଂସା କରିଛନ୍ତି।

କେହି ତାଙ୍କୁ "ପ୍ରକୃତ ହିରୋ" ବୋଲି କହିଥିବାବେଳେ ଆଉ କେହି "ମସୀହ ଅନ୍‌ ଡ୍ୟୁଟି" ବୋଲି ପ୍ରଶଂସା କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)