Nepal flood: ନେପାଳ ବନ୍ୟାରୁ ବିହାରରେ ପହଞ୍ଚିଲେ ବିଶାଳ ମାଛ! ପରାମର୍ଶ ଜାରି କଲେ ସରକାର

Sep 01, 2026 - 17:34
Nepal flood: ନେପାଳ ବନ୍ୟାରୁ ବିହାରରେ ପହଞ୍ଚିଲେ ବିଶାଳ ମାଛ! ପରାମର୍ଶ ଜାରି କଲେ ସରକାର

"ପାଟଣା: ପଡ଼ୋଶୀ ନେପାଳରେ ଗତ ସପ୍ତାହରେ ହୋଇଥିବା ବିନାଶକାରୀ ବନ୍ୟା ବିଶ୍ବର ପ୍ରମୁଖ ଖବର ହୋଇଛି।

ବନ୍ୟା ପରେ ଦୁର୍ଦ୍ଦଶା ବଢ଼ିଛି।

ବନ୍ୟା ଦ୍ବାରା କେବଳ ନେପାଳ ନୁହେ; ବରଂ ଭାରତୀୟମାନେ ମଧ୍ୟ ଘୋର ପ୍ରଭାବିତ ହୋଇଛନ୍ତି।

ବନ୍ୟା ବିଭୀଷିକା ମଧ୍ୟରେ ବିହାରର ଗଣ୍ଡକ ନଦୀ ସହିତ ଅନ୍ୟ ଜଳାଶୟଗୁଡ଼ିକରେ ଅସାମାନ୍ୟ ଏବଂ ବିରଳ ମାଛ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଏହି ମାଛ ଖାଇବା ପରେ କିଛି ଲୋକ ‌ଅସୁସ୍ଥ ଦେଖାଯିବାରୁ ମତ୍ସ୍ୟ ଏବଂ ପଶୁପାଳନ ବିଭାଗ ଜରୁରୀକାଳୀନ ଭାବେ ପରାମର୍ଶ ଜାରି କରିଛି।

Advertisment ଗୋପାଳଗଂଜର ଗଣ୍ଡକ ନଦୀରୁ ମତ୍ସ୍ୟଜୀବୀମାନେ ବହୁ ପରିମାଣରେ ମାଛ ଧରି ବଜାରରେ ବିକ୍ରି କରିଥିଲେ।

ଦୂ‌ଷିତ ପାଣି ଏବଂ ଆବର୍ଜନା ଭିତରେ ରହିବା କାରଣରୁ ମାଛଗୁଡ଼ିକ ଜୀବାଣୁରେ ସଂକ୍ରମିତ ହୋଇଛନ୍ତି, ଯେଉଁଥିରେ କର୍କଟ ଏବଂ ସ୍ବାସ୍ଥ୍ୟ ସଂପର୍କିତ ବିପଦପୂର୍ଣ୍ଣ ଚେତାବନୀ ଜାରି କରାଯାଇଛି।

ଜାଲରେ ପଡ଼ିଲା ୬୦କିଲୋର ମାଛଗତ ୨୬ ତାରିଖ ଦିନ ନେପାଳରେ ଆସିଥିବା ବନ୍ୟାର ଆବର୍ଜନା ଏବଂ ପାଣି ବିହାର ପହଞ୍ଚିବା ସହିତ ପୋଖରୀ, ହ୍ରଦ ଏବଂ ନଦୀରରୁ ମାଛ ଧରାପଡ଼ିଛନ୍ତି।

ବିଭାଗ ଅନୁସାରେ ମାଛଗୁଡ଼ିକ ଅତ୍ୟଧିକ ଦୂଷିତ ଏବଂ ସଂକ୍ରମିତ ହୋଇଛନ୍ତି।

ଗୋପାଳଗଂଜର ମଙ୍ଗଳପୁର ଘାଟରେ ଅଗଷ୍ଟ ୨୯ ସକାଳୁ ମତ୍ସ୍ୟଜୀବୀମାନେ ଗଣ୍ଡକ ନଦୀରୁ ୨୭ରୁ ୬୦କିଲୋ ପର୍ଯ୍ୟନ୍ତ ବିଶାଳକାୟ ମାଛ ଧରିଥିଲେ।

ମତ୍ସ୍ୟଜୀବୀମାନେ ନଦୀରୁ ମଲା ଏବଂ ସଂକ୍ରମଣର ଶିକାର ହୋଇଥିବା ମାଛ ଧରି ପଶ୍ଚିମବଙ୍ଗର ବଜାରକୁ ପଠାଇଥିଲେ।

Nepal floods: ନେପାଳ ବନ୍ୟାକୁ ନେଇ ମିଥ୍ୟା ଭିଡିଓର ବନ୍ୟା, ୪ ଦିନରେ ୭୨ ଜଣଙ୍କୁ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ ସ୍ବାସ୍ଥ୍ୟ ପ୍ରତି ବିପଦ ଦୂଷିତ ମାଛ!ବିହାର ମତ୍ସ୍ୟ ଏବଂ ପଶୁ ପାଳନ ବିଭାଗ କହିଛି ଯେ, ଅଜଣା ଏବଂ ଅସାଧାରଣ ମାଛ ଖାଆନ୍ତୁ ନାହିଁ।

ଏହି ମାଛ ଆବର୍ଜନା, ମୃତ ପଶୁ ଏବଂ ଅନ୍ୟ ଅପରିଷ୍କାର ସାମଗ୍ରୀ ସହିତ ସଂପର୍କରେ ଆସିଥିବା କାରଣରୁ ଜୀବାଣୁ, ବିଜାଣୁ ଏବଂ କବକ ଆଦି ସହିତ ଦୂଷିତ ହୋଇ ଯାଇଥାନ୍ତି।

ଏଭଳି ମାଛ ଖାଇବା ଦ୍ବାରା ସ୍ବାସ୍ଥ୍ୟ ପ୍ରତି ବିପଦ ହୋଇପାରେ।

ମତ୍ସ୍ୟ ବିଭାଗର ସତର୍କତା ଜାରିଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିହାରରେ ବନ୍ୟା ସହିତ ଏକ ନୂଆ ବିପଦ ସାମ୍ନାରେ ଛିଡ଼ା ହୋଇଛି।

ନେପାଳରୁ ବନ୍ୟା ପାଣି ସହିତ ବିହାରର କିଛି ଅଞ୍ଚଳରେ ଅଜ୍ଞାତ ଏବଂ ଅସାମାନ୍ୟ ପ୍ରଜାତିର ମାଛ ପହଞ୍ଚି ଥିବା ସୂଚନା ମିଳିଛି।

ଏଥି ସହିତ ଏହି ମାଛ ଖାଇବା ଦ୍ବାରା କିଛି ଲୋକ ଅସୁସ୍ଥ ଅନୁଭବ କରିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟ ଏବଂ ପଶୁପାଳନ ବିଭାଗ ସୋମବାର ଦିନ ସତର୍କତା ଜାରି କରିଛି।

ଏଥିରେ କୁହାଯାଇଛି ଯେ, ଅଜଣା ଏବଂ ଅସାଧାରଣ ମାଛ ଖାଆନ୍ତୁ ନାହିଁ।

ବନ୍ୟା ସମୟରେ ପୋଖରୀ, ନଦୀ, ହ୍ରଦ ଏବଂ ଜଳାଶୟରୁ ମାଛ ଆସି ବହୁତ ଦୂର ପର୍ଯ୍ୟନ୍ତ ପହଞ୍ଚି ଯାଇଥାନ୍ତି।

ଏହି ମାଛଗୁଡ଼ିକ ଆବର୍ଜନାପୂର୍ଣ୍ଣ ନାଳ, ମୃତ ପଶୁ ଏବଂ ଅନ୍ୟ ଦୁର୍ଗନ୍ଧଯୁକ୍ତ ସାମଗ୍ରୀ ସହିତ ସଂପର୍କରେ ଆସିଥାନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)