Nepal flash floods: ବନ୍ୟାବିଧ୍ବସ୍ତ ନେପାଳକୁ ଭାରତର ଦ୍ୱିତୀୟ ପର୍ଯ୍ୟାୟ ରିଲିଫ୍‌ ସହାୟତା

Aug 27, 2026 - 19:16
Nepal flash floods: ବନ୍ୟାବିଧ୍ବସ୍ତ ନେପାଳକୁ ଭାରତର ଦ୍ୱିତୀୟ ପର୍ଯ୍ୟାୟ ରିଲିଫ୍‌ ସହାୟତା

"ନୂଆଦିଲ୍ଲୀ: ଭୟଙ୍କର ଆକସ୍ମିକ ବନ୍ୟାରେ ବିପର୍ଯ୍ୟସ୍ତ ନେପାଳକୁ ଭାରତ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟରେ ରିଲିଫ୍‌ ସାମଗ୍ରୀ ପଠାଇଛି।

ଏକ ସାମରିକ ପରିବହନ ବିମାନ ଯୋଗେ ୩୭.୫ ଟନ୍‌ ମାନବୀୟ ସହାୟତା, ବିପର୍ଯ୍ୟୟ ପ୍ରଶମନ ସାମଗ୍ରୀ, ଔଷଧ ଓ ଖାଦ୍ୟ ପ୍ୟାକେଟ୍‌ ନେପାଳକୁ ପଠାଯାଇଛି।

ଏହା ପୂର୍ବରୁ ବୁଧବାର ଭାରତ ପକ୍ଷରୁ ୧୦ ଟନ୍‌ ମାନବୀୟ ସହାୟତା ଓ ଅନ୍ୟ ସାମଗ୍ରୀ ପଠାଯାଇଥିଲା।Advertisment ବିଦେଶ ମନ୍ତ୍ରୀ ଏସ୍‌.

ଜୟଶଙ୍କର ସୋସିଆଲ ମିଡିଆରେ ଏହି ସୂଚନା ଦେଇ କହିଛନ୍ତି, ନେପାଳ ପାଇଁ ୩୭.୫ ଟନ୍‌ ରିଲିଫ୍‌ ସାମଗ୍ରୀ, ଔଷଧ ଓ ଖାଦ୍ୟ ପ୍ୟାକେଟ୍‌ ନେଇ ଦ୍ୱିତୀୟ ବିମାନ ଉଡ଼ାଣ ଆରମ୍ଭ କରିଛି।

ନେପାଳ କର୍ତ୍ତୃପକ୍ଷଙ୍କ ସହ ଭାରତ ନିରନ୍ତର ଓ ଘନିଷ୍ଠ ସମ୍ପର୍କରେ ରହିଛି ଏବଂ ଚାଲିଥିବା ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟକୁ ଦୃଢ଼ ସମର୍ଥନ ଜାରି ରଖିବ।

ତିବ୍ଦତ ସୀମାବର୍ତ୍ତୀ ନେପାଳ ଅଞ୍ଚଳରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରେ ଅତିକମ୍‌ରେ ୧୬୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଛି।

ଏହା ପରେ ଭାରତ ନେପାଳକୁ ସହାୟତା ବୃଦ୍ଧି କରିଛି।

ପ୍ରଥମ ପର୍ଯ୍ୟାୟର ସହାୟତା ସାମଗ୍ରୀ ମଧ୍ୟରେ ଅସ୍ଥାୟୀ ଆଶ୍ରୟ, କମ୍ବଳ, ସ୍ୱଚ୍ଛତା କିଟ୍‌, ସୌର ଲଣ୍ଠନ ଓ ଔଷଧ ରହିଥିଲା।

ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ପରେ ଏହି ସହାୟତା ପଠାଯାଇଥିଲା।

ମୋଦୀ ଏହି ବିପର୍ଯ୍ୟୟ ସମୟରେ ନେପାଳକୁ ଭାରତର ସମ୍ପୂର୍ଣ୍ଣ ସହଯୋଗର ଆଶ୍ୱାସନା ଦେଇଥିଲେ।

ଆଗାମୀ ଦିନରେ ଭାରତ ପକ୍ଷରୁ ନେପାଳକୁ ଆହୁରି ରିଲିଫ୍‌ ସାମଗ୍ରୀ ପଠାଯିବାର ସମ୍ଭାବନା ରହିଛି।

ଆମେରିକାରେ ବଡ଼ ଧରଣର ଭିସା ବାତିଲ୍ ଅଭିଯାନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)