Kanpur: କାନପୁରରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା, ୨ ପାଇଲଟ୍‌ ମୃତ

Aug 27, 2026 - 19:16
Kanpur: କାନପୁରରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା, ୨ ପାଇଲଟ୍‌ ମୃତ

"କାନପୁର: ଉତ୍ତରପ୍ରଦେଶର କାନପୁରରେ ଗୁରୁବାର ଏକ ଘରୋଇ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଉଭୟ ପ୍ରଶିକ୍ଷକ ଓ ପ୍ରଶିକ୍ଷାର୍ଥୀ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି।

ଦୁଇ ଇଞ୍ଜିନ୍‌ ବିଶିଷ୍ଟ ଏହି ଟେକନାମ୍‌ ପ୍ରଶିକ୍ଷଣ ବିମାନଟି ଉଡ଼ାଣ ଆରମ୍ଭ କରିବାର ପ୍ରାୟ ୨୦ ମିନିଟ୍‌ ପରେ ଗଙ୍ଗା ନଦୀ କୂଳ ନିକଟବର୍ତ୍ତୀ ଏକ କ୍ଷେତରେ ଖସିପଡ଼ିଥିଲା।Advertisment କାନପୁର ପୁଲିସ କମିସନର ରଘୁବୀର ଲାଲଙ୍କ ସୂଚନା ଅନୁସାରେ, "ଗର୍ଗ ଏଭିଏସନ୍‌" ପରିଚାଳିତ ଏହି ବିମାନଟି ପୂର୍ବାହ୍ଣ ପ୍ରାୟ ୧୧ଟା ୩୦ରେ ଉଡ଼ାଣ ଆରମ୍ଭ କରିଥିଲା।

ପ୍ରାୟ ୨୦ ମିନିଟ୍‌ ପରେ କାନପୁରର କାଟ୍ରି ଅଞ୍ଚଳର ନଥପୁରୱା ଗ୍ରାମ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣାରେ ଗୁଜରାଟର ପ୍ରଶିକ୍ଷକ ପାଇଲଟ୍‌ ସଚିନ ଭାଟିଆ ଏବଂ କର୍ଣ୍ଣାଟକର ପ୍ରଶିକ୍ଷାର୍ଥୀ ପାଇଲଟ୍‌ ଅଭିଷେକ ପୂଜାରୀଙ୍କ ମୃତ୍ୟୁ ଘଟିଛି।

ସଚିନ ଭାଟିଆଙ୍କର ପ୍ରାୟ ୩ ହଜାର ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିଲା।

ଦୁର୍ଘଟଣାର ପ୍ରକୃତ କାରଣ ତୁରନ୍ତ ଜଣାପଡ଼ିନାହିଁ।ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ଭଗ୍ନାବଶେଷକୁ ତଦନ୍ତ ପାଇଁ ସୁରକ୍ଷିତ ରଖିଛନ୍ତି।

ଦୁର୍ଘଟଣାସ୍ଥଳରେ ବିମାନଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିବାବେଳେ ଏହାର ଅଂଶବିଶେଷ ଚାରିଆଡ଼େ ବିଛାଡ଼ି ହୋଇପଡ଼ିଥିଲା।

ଡିଜିସିଏ ପକ୍ଷରୁ ବିମାନର ଉଡ଼ାଣଯୋଗ୍ୟତା, ରକ୍ଷଣାବେକ୍ଷଣ ରେକର୍ଡ ଓ ଅନ୍ୟାନ୍ୟ ବୈଷୟିକ ଦିଗର ତଦନ୍ତ କରାଯିବ। "ଗର୍ଗ ଏଭିଏସନ୍‌" ପକ୍ଷରୁ କୁହାଯାଇଛି ଯେ, ୨୦୨୩ରୁ କମ୍ପାନି ନିକଟରେ ଥିବା ଏହି ବିମାନର ରକ୍ଷଣାବେକ୍ଷଣରେ କୌଣସି ତ୍ରୁଟି ନଥିଲା।

ସେନ୍‌ସେକ୍ସ ୫୩୯ ପଏଣ୍ଟ ଖସିଲା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)