Nepal changes decision: ନେପାଳର ନିଷ୍ପତ୍ତି ବଦଳିଲା ଭାରତ ଓ ଚୀନ୍‌ ଟିମ୍‌କୁ ଉଦ୍ଧାର ପାଇଁ ଅନୁମତି

Aug 29, 2026 - 20:25
Nepal changes decision: ନେପାଳର ନିଷ୍ପତ୍ତି ବଦଳିଲା ଭାରତ ଓ ଚୀନ୍‌ ଟିମ୍‌କୁ ଉଦ୍ଧାର ପାଇଁ ଅନୁମତି

"ନୂଆଦିଲ୍ଲୀ: ଭୟାବହ ଆକସ୍ମିକ ବନ୍ୟା ବିପର୍ଯ୍ୟୟ ପରେ ଅନ୍ତର୍ଜାତୀୟ ସମୁଦାୟର ପ୍ରବଳ ଚାପ ଯୋଗୁଁ ନେପାଳ ସରକାର ବିଦେଶୀ ସାହାଯ୍ୟ ଗ୍ରହଣ ନକରିବା ନିଷ୍ପତ୍ତିକୁ ବଦଳାଇଛନ୍ତି।

ବର୍ତ୍ତମାନ ଭାରତ, ଚୀନ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ କୋରିଆର ବିଶେଷଜ୍ଞ ଦଳକୁ ଟନେଲ୍ ଉଦ୍ଧାର କାର୍ଯ୍ୟ, ଡିଏନ୍‌ଏ ପରୀକ୍ଷା ଏବଂ ଫୋରେନ୍ସିକ ଚିହ୍ନଟ ପ୍ରକ୍ରିୟା ପାଇଁ ଅନୁମତି ଦିଆଯାଇଛି।

Advertisment ଆହୁରି ପଢନ୍ତୁ :Agriculture: କୃଷିର ବିକାଶରେ ଏଫ୍‌ଆଇସିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି: ଉପମୁଖ୍ୟମନ୍ତ୍ରୀ ପୂର୍ବରୁ ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ ବିଦେଶୀ ସାହାଯ୍ୟକୁ ମନା କରିଥିଲେ ମଧ୍ୟ ନିଖୋଜ ନାଗରିକଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଛନ୍ତି।

ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀର ବନ୍ୟାଯୋଗୁଁ ଏପର୍ଯ୍ୟନ୍ତ ୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି | ଆହୁରି ପଢନ୍ତୁ :Literature: ଅନୁବାଦ ଗଳ୍ପ ବାଇଗଣ ଭରତା: ମୂଳ ହିନ୍ଦୀ: ଜ୍ୟୋତି ଜୈନ, ଅନୁସୃଜନ: ନଗେନ୍ଦ୍ର ନାଥ ପଟ୍ଟନାୟକ...

ବିଶେଷ କରି ୨୧୬ ମେଗାୱାଟର "ଅପର୍‌ ତ୍ରିଶୂଳୀ-୧" ଜଳବିଦ୍ୟୁତ ପ୍ରକଳ୍ପର ୫୭୬ ଜଣ ଶ୍ରମିକ ନିଖୋଜ ଅଛନ୍ତି ଏବଂ ସେମାନେ ଟନେଲ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି।

ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୂଚନା ଅନୁଯାୟୀ, ଭାରତ ପକ୍ଷରୁ ଏନ୍‌ଡିଆରଏଫ, ଜେନେରେଟର, ଖାଦ୍ୟ ସାମଗ୍ରୀ ସହ ୧୧ ଜଣିଆ ଟନେଲ ଉଦ୍ଧାରକାରୀ ଓ ଡାକ୍ତରୀ ଦଳ କାଠମାଣ୍ଡୁରେ ପହଞ୍ଚି ସାରିଛନ୍ତି।

ବର୍ତ୍ତମାନ ରାସ୍ତାଘାଟ ନଷ୍ଟ ହୋଇଯାଇଥିବାରୁ ପୁଲିସ ଏବଂ ସ୍ଥାନୀୟ ପ୍ରତିଷ୍ଠାନଗୁଡ଼ିକ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟରର ସାହାଯ୍ୟ ନେଉଛନ୍ତି।

ପ୍ରତିକୂଳ ପାଗ ଯୋଗୁଁ ଉଦ୍ଧାର ଓ ସେବା ବାଧାପ୍ରାପ୍ତ ହେଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)